ସ୍କୁଟିକୁ ଧକ୍କା ଦେଲା ଆମ ବସ୍
ଭୁବନେଶ୍ୱର: ପୁଣି ଦୁର୍ଘଟଣା ଘଟାଇଛି ଆମ ବସ୍ । ରାଜଧାନୀରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇବାରେ ଲାଗିଛି ଏହି ଆମ ବସ୍ । ଫଳରେ ଲୋକମାନେ ଏଥିରେ ଯାତ୍ରା କରିବାକୁ ଭୟ କରିଲେଣି । ଆଜି ପାତ୍ରପଡାରେ ସ୍କୁଟିକୁ ଧକ୍କା ଦେଇଛି ଆମ ବସ୍ । ଫଳରେ ସ୍କୁଟି ଚାଳକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ।
ସକାଳୁ ଡିପୋରୁ ବାହାରି ଡୁମଡୁମା ଅଭିମୁଖେ ଯିବାବେଳେ ଦୁର୍ଘଟଣା ଘଟାଇଛି ଆମ ବସ୍ । ଗତ କିଛି ଦିନ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ବି ଦୁର୍ଘଟଣା ଘଟାଇଛି ଆମ ବସ୍ ।
Powered by Froala Editor