ଚାଷ ଉଜାଡ଼ିଲା ଅବକାରୀ : ଅଫିମକୁ ଚାଇନା ଶାଗ କହି ଦେଇଥିଲେ ମଞ୍ଜି
କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ନଷ୍ଟ କରି ଦେଇଛନ୍ତି ଅବକାରୀ ଅଧୀକ୍ଷକ। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତରେ ପୋଲିସ, ବନ ଓ ଅବକାରୀ ବିଭାଗ ନଷ୍ଟ କରାଯାଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।
ଗୁରୁବାର ଯେତେବେଳେ ଗାଁରେ ପୋଲିସ, ବନ ଓ ଅବକାରୀ ବିଭାଗର ଟିମ୍ ଏହା ଜିଲାରେ ଏକ ବଡ଼ ସଫଳତା ବୋଲି ଜଣାପଡ଼ିଛି। ଅଫିମ ଚାଷ ପାଇଁ ଗଛ ସବୁକୁ ଧାଡ଼ି ଧାଡ଼ି କରି ଲାଗାଯାଇଛି। ଫଳର ଅଫିମ ଗଛ ସବୁ ହୃଷ୍ଟପୃଷ୍ଟ ହୋଇ ଫୁଲ ଓ ଫଳ ହେଲାଣି ଆଉ କିଛିଦିନ ପରେ ଅମଳ ହୋଇଥାନ୍ତା ଓ ମାଫିଆମାନେ ମାଲାମାଲ ହୋଇଥାନ୍ତେ। ଗୁରୁବାର ବନ ବିଭାଗ, ଅବକାରୀ ବିଭାଗ ଏବଂ ପୋଲିସ ମିଳିତ ଭାବେ ଏସବୁ ଅଫିମ ଗଛ ସବୁକୁ କାଟି ଉପାଡ଼ି ନଷ୍ଟ କରି ଦେଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦୁଝର ସଦର ଥାନାର ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ଅଫିମ ମାଫିଆମାନେ ନିରୀହ ଗରିବ ଆଦିବାସୀମାନଙ୍କୁ ଏହା ଚାଇନା ଶାଗ ଓ ଏହାକୁ ଚାଷ କଲେ ବ୍ୟାପକ ରୋଜଗାର ହେବାର ପ୍ରଲୋଭିତ କରି ଅଫିମ ଚାଷ କରିଥିଲେ। ଏପରିକି ଏହାର ମଞ୍ଜି ମଧ୍ୟ ସେମାନେ ଯୋଗାଇ ଦେଇଥିଲେ ଓ ଗାଁ ସାରା ଲୋକଙ୍କୁ ଏହା ଚାଷ କରିବାରୁ ପ୍ରବର୍ତ୍ତାଇ ଥିଲେ। ଆଗକୁ ବିଭାଗ ତରଫରୁ ଏଭଳି ବେଆଇନ ଅଫିମ ଚାଷ ନଷ୍ଟ କରାଯିବ ବୋଲି ସୂଚନା ଦେଇଛି।
Powered by Froala Editor