ଆଜି ଚିଲିକାରେ ସକାଳ ୬ରୁ ଡଲ୍ଫିନ୍ ଗଣନା ଆରମ୍ଭ
ବାଲୁଗାଁ: ଚିଲିକାରେ ଡଲ୍ଫିନ୍ ଗଣନା ଆରମ୍ଭ। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଙ୍ଗା ଏବଂ ସିଡିଏର ମିଳିତ ଆନୁକୂଲ୍ୟରେ ଆଜି ସକାଳ ୬ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଡଲଫିନ ଗଣନା ନିମିତ୍ତ ସମୁଦାୟ ୨ଟି ରେଞ୍ଜକୁ ୩ଟି ସେକ୍ଟରରେ ଭାଗ କରାଯାଇ ୧୮ଟି ଟିମ୍ ନିୟୋଜିତ ହୋଇଛି । ତନ୍ମଧ୍ୟରୁ ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ପ୍ରତି ଟିମ୍ରେ ୫ ରୁ ୬ ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୨ ତାରିଖ ଦିନ ୧୨ଟା ଯାଏପର୍ଯ୍ୟନ୍ତ ଚିଲିକା ରେ ଡଙ୍ଗା ଏବଂ ଭସାପୋଲ ଚଳାଚଳ ବନ୍ଦ ରହିବ।
ଚିଲିକା ଡଲଫିନ୍ ଗଣନା କାର୍ଯ୍ୟରେ ବାଇନାକୁଲାର, ଜିପିଏସ୍, ରେଞ୍ଜ ଫାଇଣ୍ଡର, ନୋଟ ପ୍ୟାଡ, କମ୍ପାସ ଆଦି ବ୍ୟବହାର କରାଯିବ ।
Powered by Froala Editor