ଆସିକା ପୁଲିସ୍କୁ ବଡ଼ ସଫଳତା: ଗିରଫ ହେଲେ ୩୪ ଅପରାଧୀ
ଗଞ୍ଜାମ: ଗଞ୍ଜାମ ଆସିକା ପୁଲିସ୍କୁ ବଡ଼ ସଫଳତା ମିଳିଛି । ଗୋଟିଏ ରାତିରେ ବନ୍ଧାହେଲେ ୩୪ ଅପରାଧି । ଆସିକା ପୁଲିସ ଉପଖଣ୍ଡରେ ମିଳିତ ଚଢ଼ଉ କରି ୭ ଏମ୍.ଏମ୍ ମାଉଜର ସହିତ ୨ ଜଣଙ୍କୁ ଗିରଫ କରିଛି । ସେହିପରି ବେଆଇନ ମଦ ପ୍ରସ୍ତୁତି ବେଳେ ୫ଜଣ ଓ ଜୁଆଆଡ୍ଡାରେ ଚଢ଼ାଉ କରି ୨୭ ଜଣଙ୍କୁ ଗିରଫ କରାଯାଇଛି । ଆସିକା ଏସଡିପିଓ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ବରେ ଆସିକା ପୁଲିସର ଏକ ଟିମ୍ ଥାନାଧିକାରୀ କୁଳମଣି ସେଠୀଙ୍କ ସହିତ କାଳଷଣ୍ଢପୁର ନିକଟ ଋଷିକୁଲ୍ୟା ନଦୀ ବ୍ରିଜ୍ ଉପରେ କଡା ଚେକିଂ କରି ଦୁଇ ଜଣଙ୍କୁ ଗିରଫ କରିଛନ୍ତି ।
ସେହିପରି ଆସିକା ଥାନା ଅଧୀନ ବାଲିସିରା ଓ ବଡ଼ଗଡ଼ ଥାନା ଅଧୀନ ରୁଗୁମୁ ଗାଁରେ ଚଢ଼ାଉ କରି ତିନି ହଜାର ଲିଟର ପୋଚ ନଷ୍ଟ କରିବା ସହିତ ୧୫୦ ଲିଟର ମଦ,ଗୁଡ଼ ଓ ୟୁରିଆ ଜବତ ହୋଇଛି । ଅନ୍ୟପଟେ ଧରାକୋଟ, ପାଟପୁର, ହିଞ୍ଜିଳି, ବଡ଼ଗଡ଼ ଓ ଶେରଗଡ଼ ଥାନା ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ଉ କରି ୨୭ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି।
Powered by Froala Editor