ଏହି ଆପ୍ରେ ଟିକେଟ୍ ବୁକିଂ କଲେ ମିଳିବ ୩ ପ୍ରତିଶତ ରିହାତି
ନୂଆଦିଲ୍ଲୀ: ଆଜିଠାରୁ ରେଲ୍ଓ୍ବାନ୍ ଆପ୍ର ୱାଲେଟ୍ ମାଧ୍ୟମରେ ଅଣସଂରକ୍ଷିତ (ସାଧାରଣ) ଟିକେଟ୍ ବୁକିଂ କଲେ ଆପଣଙ୍କୁ ଅତିରିକ୍ତ ୩ ପ୍ରତିଶତ ରିହାତି ମିଳିବ। ଏହା ସହିତ, ଯଦି ଆପଣ ଆର୍-ୱାଲେଟ୍ ବ୍ୟବହାର କରି ଦେୟ ଦିଅନ୍ତି। ତେବେ ଆପଣଙ୍କୁ ଦ୍ୱିଗୁଣିତ ଲାଭ ମିଳିବ। କାରଣ ଏହି ପଦ୍ଧତି ମାଧ୍ୟମରେ ସାଧାରଣ ଟିକେଟ୍ ବୁକିଂ କରିବା ଉପରେ ପୂର୍ବରୁ ୩ ପ୍ରତିଶତ କ୍ୟାସବ୍ୟାକ୍ ଦିଆଯାଉଥିଲା। ଆଜିଠାରୁ ମୋଟ ଲାଭ (କ୍ୟାସବ୍ୟାକ୍ + ଅତିରିକ୍ତ ରିହାତି) ୬ ପ୍ରତିଶତ ହେବ। ଏହି ଅଫର୍ ୨୦୨୬ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ୬ ମାସ ପାଇଁ ବୈଧ ରହିବ। ଭାରତୀୟ ରେଳଓ୍ବେ ଡିସେମ୍ବର ୩୦ରେ ସାଧାରଣ ଟିକେଟ୍ ଉପରେ ଏହି ଅଫର୍ ଘୋଷଣା କରିଥିଲା।
ରେଳବାଇ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ଅତିରିକ୍ତ ୩ ପ୍ରତିଶତ ରିହାତି କେବଳ ରେଲ୍ଓ୍ବାନ୍ ଆପ୍ରେ ଉପଲବ୍ଧ ହେବ। ଯଦି ଯାତ୍ରୀମାନେ ଅନ୍ୟ କୌଣସି ଅନଲାଇନ୍ ପ୍ଲାଟଫର୍ମ କିମ୍ବା ୱେବସାଇଟ୍ରୁ ସାଧାରଣ ଟିକେଟ୍ ବୁକ୍ କରନ୍ତି। ତେବେ ସେମାନଙ୍କୁ ଏହି ରିହାତି ମିଳିବ ନାହିଁ। ଷ୍ଟେସନ୍ରେ ଟିକେଟ୍ କାଉଣ୍ଟରରେ ଭିଡ଼ ହ୍ରାସ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।
Powered by Froala Editor