ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଆ ଓ ପୁଅଙ୍କ ଉପରକୁ ଏସିଡ୍ ମାଡ଼
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଛରା ଗାଁରେ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଆ ଓ ପୁଅଙ୍କ ଉପରକୁ ଏସିଡ୍ ମାଡ଼ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବାଛରା ଗାଁର ରବୀନ୍ଦ୍ର ସାହୁ ଏବଂ ତାଙ୍କ ପଡ଼ୋଶୀ ବିଜୟ ସାହୁଙ୍କ ମଧ୍ୟରେ ଘର ନିର୍ମାଣକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା । ଗତକାଲି ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିଜୟ ସାହୁ ହଠାତ୍ ରବୀନ୍ଦ୍ରଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ । ରବୀନ୍ଦ୍ରଙ୍କୁ ବଞ୍ଚାଇବାକୁ ଆସିଥିବା ତାଙ୍କ ମାଆ ମଧ୍ୟ ଏସିଡ୍ ମାଡ଼ର ଶିକାର ହୋଇଛନ୍ତି । ଏସିଡ୍ ମାଡ଼ରେ ମାଆ ଓ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor