୩ଟି ଆକାଉଣ୍ଟରୁ ଟଙ୍କା ଗାଏବ କରିଦେଲେ ସାଇବର ଠକ
ଭଦ୍ରକ: ବୀମା ଏଜେଣ୍ଟଙ୍କୁ ୩ ଲକ୍ଷ ୨୦ ହଜାର ଟଙ୍କାର ଚୂନା। ପର୍ୟ୍ୟାୟ କ୍ରମେ ୩ଟି ଆକାଉଣ୍ଟରୁ ଟଙ୍କା ଗାଏବ। ଏଭଳି ଅଭିଯୋଗ ଆସିଛି ଭଦ୍ରକରୁ। ସାଇବର ଠକେଇର ଶିକାର ହୋଇଛନ୍ତି ଭଦ୍ରକ ଧାମନଗର ଥାନା ଅଞ୍ଚଳ ଦଳାଙ୍ଗ ଗ୍ରାମର ଜଣେ ବୀମା ଏଜେଣ୍ଟ ।
ପୀଡ଼ିତ ଏଜେଣ୍ଟ ହେଉଛନ୍ତି ଭରତ ଚନ୍ଦ୍ର ବାରିକ। ତାଙ୍କ ୩ଟି ବ୍ୟାଙ୍କ ଖାତାରୁ ମୋଟ ୩ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ନିଆଯାଇଥିବା ସେ ଅଭିଯୋାଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ପ୍ରଥମେ ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ପରେ ୨ଟି ୟୁକୋ ବ୍ୟାଙ୍କ ଖାତାରୁ ଆପେ-ଆପେ ଟଙ୍କା କଟିଯାଇଥିଲା।
ଟଙ୍କା କିପରି କଟିଲା ତାହା ସେ ଜାଣିପାରୁନଥିବା ବେଳେ, ମୋବାଇଲକୁ ଏନେଇ ମେସେଜ ଆସିଥିଲା। ଏନେଇ ସେ ଧାମନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
Powered by Froala Editor