ବନ୍ଦେ ମାତରମ୍ ଧ୍ବନିରେ କମ୍ପିଲା ଶିକ୍ଷାନୁଷ୍ଠାନ
ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ଶୁଭିଲା ବନ୍ଦେ ମାତରମ୍। ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ବନ୍ଦେ ମାତରମ୍ ଗାନ କରାଯାଇଛି। ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ଅବସରରେ ସାମୂହିକ ଭାବେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଗାନ କରିଛନ୍ତି। ଛାତ୍ରଛାତ୍ରୀ ବନ୍ଦେ ମାତରମ୍ ଗାନ କରିବା ସହ ଆତ୍ମନିର୍ଭର ଭାରତ ସ୍ବଦେଶୀ ସଙ୍କଳ୍ପ ପାଠ କରିଛନ୍ତି। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଥିଲା।
Powered by Froala Editor