ଇଣ୍ଡିଆନ୍ ଆଇଡଲ୍ ବିଜେତା ପ୍ରଶାନ୍ତ ତମାଙ୍ଗଙ୍କ ପରଲୋକ
ଗାୟକ ଏବଂ ଅଭିନେତା ପ୍ରଶାନ୍ତ ତମାଙ୍ଗଙ୍କର ୪୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ଚଳଚ୍ଚିତ୍ର ନିର୍ମାତା ରାଜେଶ ଘଟାନି ତମାଙ୍ଗଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଦାର୍ଜିଲିଂର ଗାୟକ ମହେଶ ସେୱ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ର ଟାଇଟଲ୍ ଜିତିଥିବା ପ୍ରଶାନ୍ତ ତମାଙ୍ଗ ୨୦୦୭ ରେ ତାଙ୍କ ସୁରରେ ଲକ୍ଷ ଲକ୍ଷ ହୃଦୟ ଜିତିଥିଲେ ଏବଂ ବହୁ ବର୍ଷ ଧରି ସଙ୍ଗୀତ ଏବଂ ଅଭିନୟ ଉଭୟରେ ତାଙ୍କର ପ୍ରମୁଖତା ବଜାୟ ରଖିଥିଲେ । ତେବେ ହଠାତ୍ ତାଙ୍କର ୪୩ ବର୍ଷ ବୟସରେ ହେହାନ୍ତ ଏକ ପ୍ରକାର ଝଟକା ଲାଗିଛି ।
ଗାୟକ ମହେଶ ସେୱା କହିଛନ୍ତି, ଦିଲ୍ଲୀ ସ୍ଥିତି ବାସଭବନରେ ପ୍ରଶାନ୍ତ ତମାଙ୍ଗଙ୍କ ହୃଦଘାତରେ ପରଲୋକ ଘଟିଛି। ମହେଶ ରବିବାର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରଶାନ୍ତ ତମାଙ୍ଗଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୋର ପ୍ରିୟ ଭାଇ ପ୍ରଶାନ୍ତଙ୍କ ଦେହାନ୍ତରେ ମୁଁ ମୋର ଶୋକ ପ୍ରକାଶ କରୁଛି।
ପ୍ରଶାନ୍ତ ତମାଙ୍ଗ ଜାନୁଆରୀ ୪, ୧୯୮୩ରେ ଦାର୍ଜିଲିଂରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଜଣେ ନେପାଳୀ-ଭାରତୀୟ ପୃଷ୍ଠଭୂମିରୁ ଆସିଥିଲେ । ସେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ ଜିତି ତାଙ୍କର ସଙ୍ଗୀତ କ୍ୟାରିଅର୍ ଆରମ୍ଭ କରିଥିଲେ, ଯେଉଁଠାରେ ତାଙ୍କ ଗୀତଗୁଡ଼ିକ ଦର୍ଶକଙ୍କଠାରୁ ବ୍ୟାପକ ପ୍ରଶଂସା ପାଇଥିଲା।
Powered by Froala Editor