ବିବାହ କଲେ ନୁପୁର-ଷ୍ଟେବିନ୍
ବଲିଉଡ୍ ଅଭିନେତ୍ରୀ ତଥା କ୍ରିତି ସାନନଙ୍କ ଭଉଣୀ ନୂପୁର ସାନନ ଏବଂ ଲୋକପ୍ରିୟ ଗାୟକ ଷ୍ଟେବିନ ବିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶନିବାର ଉଦୟପୁରରେ ଦୀର୍ଘଦିନର ପ୍ରେମିକ ଷ୍ଟେବିନ୍ଙ୍କ ସହ ଖ୍ରୀଷ୍ଟିଆନ୍ ରୀତିନୀତି ଅନୁସାରେ ବିବାହ କରିଛନ୍ତି ନୁପୁର। ଏବେ ବିବାହର ପ୍ରଥମ ଝଲକ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ପ୍ରଶଂସକମାନେ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ବିବାହ ପରେ ଶନିବାର ସନ୍ଧ୍ୟାରେ ଏକ ଗ୍ଲାମରସ୍ କକଟେଲ୍ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଦିଶା ପାଟାନୀ ଏବଂ ମୌନୀ ରୟ ଯୋଗଦେଇ ନୂଆ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସଙ୍ଗୀତ କାର୍ଯ୍ୟକ୍ରମରେ କ୍ରିତି ସାନନ ଏବଂ ତାଙ୍କ ମାଆ ‘ଦିଲ୍ ତୁ ଜାନ୍ ତୁ’ ଗୀତରେ ନାଚିଥିବା ବେଳେ ବରୁଣ ଶର୍ମାଙ୍କ ସହ କ୍ରିତିଙ୍କ ‘ଲଲିପପ୍’ ଗୀତରେ ଡ୍ୟାନ୍ସ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।
ଖ୍ରୀଷ୍ଟିଆନ୍ ୱେଡିଂରେ ନୁପୁର ଧଳାର ଗାଉନ୍ ପିନ୍ଧିଥିବାବେଳେ ଷ୍ଟେବିନ୍ ଏକ ଧଳା ଏବଂ କ୍ରିମ୍ କଲରର ସୁଟ୍ ପିନ୍ଧିଥିଲେ। କୃତିଙ୍କ ପିତାମାତାଙ୍କୁ ମଧ୍ୟ ନୁପୁର ଏବଂ ଷ୍ଟେବିନ୍ ପଛରେ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା। ସମସ୍ତଙ୍କ ମୁହଁରେ ଖୁସିକୁ ସ୍ପଷ୍ଟ ଭାବରେ ନଜର ଆସୁଥିଲା । ନୁପୁର ଏବଂ ଷ୍ଟେବିନ୍ ବିଷୟରେ କହିବାକୁ ଗଲେ, ସେମାନେ ସେମାନଙ୍କର ଧଳା ବିବାହ ପୋଷାକରେ ସମ୍ପୂର୍ଣ୍ଣ ସୁନ୍ଦର ଦେଖାଯାଉଛନ୍ତି।
ଶନିବାର କ୍ରିସ୍ଟିଆନ୍ ରୀତିରେ ବିବାହ ପରେ ରବିବାର ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁସାରେ ଉଭୟେ ବିବାହ କରିବେ। ସୋସିଆଲ ମିଡିଆରେ ଷ୍ଟେବିନ ବେନ ବିବାହର ଫଟୋ ସେୟାର କରି ଲେଖିଛନ୍ତି, “I did. I DO. I will. Always & Forever.” ଉଭୟଙ୍କ ବିବାହ ଫଟୋ ଏବଂ ଭିଡିଓ ଏବେ ଇଣ୍ଟରନେଟରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
Powered by Froala Editor