Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆମେରିକାରେ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ...

  • ଛାତ୍ର ଆତ୍ମହତ୍ୟା ରୋକିବ ...

  • ଦଶହରା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ...

  • ଅମିତାଭଙ୍କ ବାସଭବନ ‘ଜଲସା’କୁ ଆକ୍ରମଣ ଧମକ

  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ...

  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ...

  • ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ...

  • ଭାରତ-ଆମେରିକା ନୂଆ ବାଣିଜ୍ୟ ଚୁକ୍ତି ନେଇ ...

  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

ରାଜ୍ୟ
Home ›› ରାଜ୍ୟ ››ଶକ୍ତି ବିଭାଗ ସରକାରୀ ଉଦ୍ୟୋଗର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଶକ୍ତି ବିଭାଗ ସରକାରୀ ଉଦ୍ୟୋଗର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

2026-01-11 13:41:54
15593
Share:
Facebook
Twitter
E-Mail
WhatsApp
Telegram
ଶକ୍ତି ବିଭାଗ ସରକାରୀ ଉଦ୍ୟୋଗର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଶନିବାର ଶକ୍ତି ବିଭାଗ ଏବଂ ଏହି କ୍ଷେତ୍ରର ସରକାରୀ ଉଦ୍ୟୋଗର କାର୍ଯ୍ୟ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ଶକ୍ତି ବିଭାଗ ସମ୍ପର୍କିତ ପ୍ରଥମ ସମୀକ୍ଷା ବୈଠକ ଥିଲା । ରାଜ୍ୟବାସୀଙ୍କୁ ସୁଲଭ, ନିରବିଚ୍ଛିନ୍ନ, ବିଶ୍ୱସନୀୟ ଓ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଓପିଟିସିଏଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାସ୍କର ଶର୍ମା, ଗ୍ରୀଡ଼କୋର ପରିଚାଳନା ନିର୍ଦ୍ଦେଶକ ଡଃ. ସତ୍ୟପ୍ରିୟ ରଥ, ଓପିଜିସିର ପରିଚାଳନା ନିର୍ଦ୍ଦେଶର କେଦାରଞ୍ଜନ ପାଣ୍ଡୁ, ସମସ୍ତ ଚାରିଟି ବିଦ୍ୟୁତ ବିତରଣ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶକ୍ତି କ୍ଷେତ୍ରର ବିଭିନ୍ନ ସରକାରୀ ଉଦ୍ୟୋଗ ଗୁଡ଼ିକର ନିର୍ଦ୍ଦେଶକ ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବୈଠକରେ ବିଦ୍ୟୁତ କ୍ଷେତ୍ରର ସାମଗ୍ରିକ କାର୍ଯ୍ୟ ଦକ୍ଷତା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଏଥିରେ ବିଦ୍ୟୁତ ଉତ୍ପାଦନ, ବିତରଣ, ବିଦ୍ୟୁତ ସଂଗ୍ରହ, ଢାଞ୍ଚାଗତ ବିକାଶ, ନବିକରଣ ଯୋଗ୍ୟ ଉର୍ଜାର ସମନ୍ୱୟ ଏବଂ ଜନକୈନ୍ଦ୍ରିକ ସେବା ଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଥିଲା । ସେହିପରି ଚାଲୁଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସହିତ ସଂପୃକ୍ତ ସଂସ୍ଥାମାନଙ୍କର ପ୍ରମୁଖ ପରିଚାଳନାତ୍ମକ ଓ ଆର୍ଥିକ ଦିଗ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବିଦ୍ୟୁତ ସଂସ୍ଥା ଗୁଡ଼ିୁକୁ ଶକ୍ତି ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ନିରନ୍ତରତା ବଜାୟ ରଖି ରାଜ୍ୟବାସୀଙ୍କୁ ସୁଲଭ, ନିରବିଚ୍ଛିନ୍ନ, ବିଶ୍ୱସନୀୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଛନ୍ତି । ଏଥି ସହିତ ସେ ପ୍ରକଳ୍ପ ଗୁଡ଼ିକର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । 

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ ରାଜ୍ୟର ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ (ପିଏସପି) ଏବଂ ଫ୍ଲୋଟିଂ ସୋଲାର୍ ଫୋଟୋଭୋଲ୍ଟାଇକ୍ (ଏଫ୍ଏସପିଭି)ର ସମ୍ଭାବନାର ସଦୁପୋଯୋଗ କରିବା ଏବଂ ଏହିପରି ସମସ୍ତ ପ୍ରକଳ୍ପ ଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ସଚିବ ମଧ୍ୟ ବିଷ୍ଣୁପୁର ନିକଟରେ ୭୬୫/୪୦୦ କେଭି ସବ୍ଷ୍ଟେସନ୍ ସହ ସଂଲଗ୍ନ ପରିବହନ ଲାଇନ୍ ଗୁଡ଼ିକ ସମେତ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ ପରିବହନ ଢାଞ୍ଚାର ଦ୍ରୁତ ଉନ୍ନତିର ଆବଶ୍ୟକତା ଉପରେ ଜୋର ଦେଇଥିଲେ, ଯାହା ରାଜ୍ୟର ରାଜଧାନୀ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣକୁ ସୁଦୃଢ଼ କରିବ । ସେ ମଧ୍ୟ ରାଜ୍ୟରେ ବିଦ୍ୟୁତ ପରିବହନ ହାନିକୁ ଆହୁରି କମାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟ ଶାସନ ସଚିବ ମଧ୍ୟ ନିରବଚ୍ଛିନ୍ନ ଓ ନିଶ୍ଚିତ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ରାଜ୍ୟର ରାଜଧାନୀ ଅଞ୍ଚଳ ସମେତ କେନ୍ଦୁଝର, ଝାରସୁଗୁଡ଼ା–ସମ୍ବଲପୁର ଅଞ୍ଚଳ, ବରଗଡ଼–ସାରସମାଲ ଅଞ୍ଚଳ, ଥେରୁବାଲି–ଜୟପୁର ଅଞ୍ଚଳ ଏବଂ ବ୍ରହ୍ମପୁର–ବାଲିଗୁଡ଼ା ଅଞ୍ଚଳରେ ୨୨୦କେଭି ରିଂ ନେଟୱାର୍କ ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ ସାରା ରାଜ୍ୟରେ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ୟ୍ୟକଳାପଗୁଡ଼ିକୁ ନିକଟକୁ ନିରୀକ୍ଷଣ କରିବା ପାଇଁ ବିଦ୍ୟୁତ୍ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ସଚିବ ମଧ୍ୟ ବିଦ୍ୟୁତ୍ କ୍ଷେତ୍ରରେ ସୂଚନା ପ୍ରସାରଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସିଷ୍ଟମ ଅଟୋମେସନ ଓ ନିରୀକ୍ଷଣ ସମ୍ପର୍କିତ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟାନ୍ୱୟନ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ଆସନ୍ତା ଏକ ବର୍ଷ ମଧ୍ୟରେ ସବ୍ ଷ୍ଟେସନ ଅଟୋମେସନ ଓ ମନିଟରିଂ ସିଷ୍ଟମ ପ୍ରକଳ୍ପ ଅନ୍ତର୍ଗତ ସମସ୍ତ ସବ୍ଷ୍ଟେସନ୍କୁ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରସ୍ତାବିତ ହଟ୍ଲାଇନ୍ ମେଣ୍ଟେନାନ୍ସ ପଦକ୍ଷେପ ଗୁଡ଼ିକୁ ସେ ସ୍ୱାଗତ କରିଥିବା ସହ ସମସ୍ତ ସୁରକ୍ଷା ନିୟମାବଳୀକୁ କଡ଼ାକଡ଼ି ଅନୁସରଣ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ । 

Powered by Froala Editor

Tags Cs

Related articles Odisha News Lens 4.1

  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ...
    ବାଣିଜ୍ୟ

    ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ...

    14442
    Oct 23, 2026
  • ଅମିତାଭଙ୍କ ବାସଭବନ ‘ଜଲସା’କୁ ଆକ୍ରମଣ ଧମକ
    ମନୋରଞ୍ଜନ

    ଅମିତାଭଙ୍କ ବାସଭବନ ‘ଜଲସା’କୁ ଆକ୍ରମଣ ଧମକ

    14099
    Oct 24, 2026
  •  ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ
    ବିଶେଷ

    ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15150
    Oct 23, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା
    ବାଣିଜ୍ୟ

    ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    14724
    Oct 24, 2026
  • ଆମେରିକାରେ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଗିରଫ
    ଦେଶ-ଦେଶାନ୍ତର

    ଆମେରିକାରେ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଗିରଫ

    15324
    Oct 24, 2026
  • ଦଶହରା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି
    ଦେଶ-ଦେଶାନ୍ତର

    ଦଶହରା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି

    14112
    Oct 24, 2026
  • ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ...
    ଦେଶ-ଦେଶାନ୍ତର

    ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ...

    13703
    Oct 23, 2026
  • ଭାରତ-ଆମେରିକା ନୂଆ ବାଣିଜ୍ୟ ଚୁକ୍ତି ନେଇ ଏହା କହିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଭାରତ-ଆମେରିକା ନୂଆ ବାଣିଜ୍ୟ ଚୁକ୍ତି ନେଇ ଏହା କହିଲେ ଟ୍ରମ୍ପ

    13655
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ
    ବିଶେଷ

    ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15498
    Oct 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଛାତ୍ର ଆତ୍ମହତ୍ୟା ରୋକିବ ଆଣ୍ଟି-ସୁଇସାଇଡ୍ ଫ୍ୟାନ୍

    14568
    Oct 24, 2026
  • ଦେଶ-ଦେଶାନ୍ତର

    ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ନେତାନ୍ୟାହୁ

    13703
    Oct 23, 2026
  • ଦେଶ-ଦେଶାନ୍ତର

    ଭାରତ-ଆମେରିକା ନୂଆ ବାଣିଜ୍ୟ ଚୁକ୍ତି ନେଇ ଏହା କହିଲେ ଟ୍ରମ୍ପ

    13655
    Oct 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17209
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17907
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17852
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18274
    Sep 06, 2023

ବିଶେଷ

  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15150
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15498
    Oct 23, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    15041
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15505
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14838
    Oct 06, 2026

ବାଣିଜ୍ୟ

ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

ଭାରତୀୟ ସେୟାର ବଜାର ଇତିହାସରେ ପ୍ରଥମ ଥର ପାଇଁ ଜିଓ ଆଇପିଓ ପାଇଁ ଆବେଦନ ସଂଖ୍ୟା ୧ କୋଟି ଅତିକ୍ରମ କରିଛି। ଜିଓ ପ୍ଲାଟଫର୍ମ୍ସର ୩୦,୨୧୩ କୋଟି ଟଙ୍କାର ଆଇପିଓ ଶୁକ୍ରବାର ତୃତୀୟ ତଥା ଶେଷ ଦିନରେ ଏହି ରେକର୍ଡ ସୃଷ୍ଟି କରିଛି। ନିବେଶକଙ୍କ ଅଭୂତପୂର୍ବ ଉତ୍ସାହ ମଧ୍ୟରେ ଆଇପିଓ ମୋଟ ୬.୮୯ ଗୁଣ ସବସ୍କ୍ରାଇବ୍ ହୋଇସାରିଛି। ...

  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14442
    Oct 23, 2026
  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    15072
    Oct 22, 2026
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

    14412
    Oct 21, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

    14609
    Oct 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆମେରିକାରେ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଗିରଫ

    15324
    Oct 24, 2026
  • ଦଶହରା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି

    14112
    Oct 24, 2026
  • ଭାରତ-ଆମେରିକା ନୂଆ ବାଣିଜ୍ୟ ଚୁକ୍ତି ନେଇ ଏହା କହିଲେ ଟ୍ରମ୍ପ

    13655
    Oct 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In