ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯୁବ କଂଗ୍ରେସର ଉଦ୍ୟମ
ଭୁବନେଶ୍ୱର: ନିଆରା ଭାବେ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛିି ଯୁବ କଂଗ୍ରେସ । ପିୟୁସି ସାର୍ଟିଫିକେଟ ନାମରେ ଟିକସ ଆଦାୟ ବନ୍ଦ, ଜନତାଙ୍କ ଉପରେ ହେଉଥିବା ଫାଇନ ଜୁଲମ ବନ୍ଦ ଦାବିରେ ଯୁବ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ଆଜି ଶହେରୁ ଅଧିକ ଯୁବ ଛାତ୍ର କଂଗ୍ରେସ କର୍ମୀ ଭୁବନେଶ୍ୱର କ୍ଲବ୍ ଠାରୁ ସାଇକେଲ ଚଳାଇ ପରିବହନ ମନ୍ତ୍ରୀଙ୍କ ବାସଭବନ ଆଡକୁ ଅଗ୍ରସର ହେଉଥିବା ବେଳେ ସେମାନଙ୍କୁ ଅଟକାଇଛି ପୁଲିସ । ପୁଲିସ ବ୍ୟାରିକେଡ କରି କଂଗ୍ରେସ କର୍ମୀଙ୍କୁ ଅଟକାଇବା ପରେ ଆନ୍ଦୋଳନ ବନ୍ଦ ହୋଇଛି । ଜୋରିମାନ ବନ୍ଦ ନକରିଲେ ଆଗକୁ ମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିବୁ ବୋଲି ଚେତାବନୀ ଦେଇଛନ୍ତି ।
Powered by Froala Editor