ସାଢେ ୪ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ସହାୟତା
ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ବିଭାଗୀୟ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଜାନୁୟାରୀ ମାସରେ ସାଢେ ୪ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀମାନଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରାଯିବ ବୋଲି ଏହି ବୈଠକରେ ସ୍ଥିର କରାଯାଇଛି । ଏଥିରେ ୧ ଲକ୍ଷ ୭୮ ହଜାର ୩୯୮ ନୂତନ ପଞ୍ଜୀକୃତ ସୁଭଦ୍ରା ହିତାଧିକାରୀ, ଆଗରୁ କୌଣସି କାରଣରୁ ବାଦ ପଡିଥିବା ଓ ପରେ ଅଭିଯୋଗ ଶୁଣାଣିର ତଦନ୍ତ ଦ୍ଵାରା ଯୋଡିହୋଇଥିବା ୨୪ ହଜାର ୧୮ ଜଣ ହିତାଧିକାରୀ, ଅନ୍ୟ ୨ ଲକ୍ଷ ୫୫ ହଜାର ୨୨୬ ଜଣ ହିତାଧିକାରୀଙ୍କୁ ମିଶାଇ ସମୁଦାୟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ହିତାଧିକାରୀଙ୍କୁ ବକେୟା ସୁଭଦ୍ରା ସହାୟତା କିସ୍ତି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି । ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଚତୃର୍ଥ କିସ୍ତି ସୁନିଶ୍ଚିତ କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା।
Powered by Froala Editor