ତୁରନ୍ତ ଖାଲି କରାଗଲା ହାଇକୋର୍ଟ
ଭୁବନେଶ୍ୱର: ରାଜ୍ୟରେ ୩ ଟି କୋର୍ଟକୁ ବୋମା ଧମକ ମିଳିବା ପରେ ହାଇକୋର୍ଟକୁ ତୁରନ୍ତ ଖାଲି କରିଦିଆଯାଇଛି । ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ହାଇକୋର୍ଟକୁ ଖାଲି କରିଦିଆଯାଇଛି । ଅନ୍ୟ ୩ଟି କୋର୍ଟରେ ଯାଞ୍ଚ ଚାଲିଥିବାବେଳେ ହାଇକୋର୍ଟକୁ ମଧ୍ୟ ଯାଞ୍ଚ ଉଦେ୍ଧଶ୍ୟରେ ଖାଲି କରିଦିଆଯାଇଛି । ବିଚାରପତି ଓ ଆଇନଜୀବୀ ହାଇକୋର୍ଟରୁ ବାହାରି ଯାଇଥିବା ଜଣାଯାଇଛି । ଏଥିସହ ଡଗ ସ୍କ୍ୱାଡ ଓ ବମ ସ୍କ୍ୱାଡ ଦ୍ୱାରା ଯାଞ୍ଚ ଆରମ୍ଭ ହୋଇଛି ।
ପ୍ରକାଶ ଯେ ସମ୍ବଲପୁର କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକ ଆସିଥିବା ସୂଚନା ମିଳିଛି। କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ୍ ମୁତୟନ ହୋଇଛନ୍ତି। ମେଟାଲ୍ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ କରାଯାଉଛି।
Powered by Froala Editor