ବାଂଲାଦେଶ ଆବେଦନକୁ ଖାରଜ କଲା ICC
ବାଂଲାଦେଶକୁ ବଡ଼ ଝଟକା। ଆଇସିସି ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ବାଂଲାଦେଶ ଭାରତରୁ ଏହାର ଟି-୨୦ ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଆଇସିସିକୁ ଅନୁରୋଧ କରିଥିଲା। ଏହା କହିଥିଲା ଯେ ଏହା ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ଆସିବ ନାହିଁ । ତଥାପି, ଏକ ରିପୋର୍ଟ ଅନୁସାରେ, ବାଂଲାଦେଶକୁ ଭାରତରେ ଏହାର ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଖେଳିବାକୁ ପଡିବ।
ବାଂଲାଦେଶର ଆବେଦନକୁ ଖାରଜ କରିଦେଇଛି ICC। ଆଇପିଏଲରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବାଦ ଦିଆଯିବା ପରେ ବିସିସିଆଇ ଓ ବିସିବି ମଧ୍ୟରେ ସମ୍ପର୍କ ଖରାପ ହୋଇଛି।
ଆସନ୍ତା ଟି-୨୦ ବିଶ୍ବକପରେ ଖେଳିବାକୁ ବାଂଲାଦେଶ ଦଳ ଭାରତ ଆସିବ ନାହିଁ ବୋଲି ଆଇସିସି ନିକଟରେ ଆବେଦନ କରିଥିଲା । ନିଜର ସମସ୍ତ ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରୀତ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ ଲିଖିତଭାବେ ଜଣାଇଥିଲା। ବାଂଲାଦେଶ କ୍ରିକେଟ ବୋର୍ଡ ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ଆଇପିଏଲ କୁ ଇମେଲ୍ କରିଥିଲା, ଏବଂ ବର୍ତ୍ତମାନ ଏହାର ଉତ୍ତର ପାଇଛି।
ଟି-୨୦ ବିଶ୍ବକପ ଆଉ ମାତ୍ର ଏକ ମାସ ଥିବାବେଳେ ଏତେ କମ ସମୟ ମଧ୍ୟରେ ମ୍ୟାଚଗୁଡ଼ିକର ସ୍ଥାନ ବଦଳାଇବା ସମ୍ଭବ ନୁହେଁ । ଏଥିପାଇଁ ସିଡୁଲିଂ, ଲଜିଷ୍ଟିକ୍ସ ଆଦି ବିଭିନ୍ନ ସମସ୍ୟା ରହିଛି। ଏଣୁ ବାଂଲାଦେଶର ଆବେଦନକୁ ଖାରଜ କରିଛି ଆଇସିସି ।
Powered by Froala Editor