ଆଇଆରସିଟିସିର କଡା ପଦକ୍ଷେପ ଗ୍ରହଣ, ଜାଣନ୍ତୁ କ’ଣ ?
ନୂଆଦିଲ୍ଲୀ: ଟିକେଟ ବୁକିଂ ଠକେଇକୁ ରୋକିବା ପାଇଁ ଆଇଆରସିଟିସି କଡା ପଦକ୍ଷେପ ଗ୍ରହଣ କରିଛି । ଏହା ଅଧୀନରେ ଆଇଆରସିଟିସି ଉପଭୋକ୍ତାମାନଙ୍କୁ ସେମାନଙ୍କର ଆଧାର କାର୍ଡ ଲିଙ୍କ କରିବାକୁ ପଡିବ । ଯଦି ସେମାନେ ଏହା କରିବାରେ ବିଫଳ ହୁଅନ୍ତି ତେବେ ନୂତନ ନିୟମ ଅନୁସାରେ ଆସନ୍ତା ୧୨ ଜାନୁଆରୀରୁ ଟ୍ରେନ ଟିକେଟ ବୁକିଂର ପ୍ରଥମ ଦିନରେ ଟିକେଟ ବୁକିଂ କରିପାରିବେ ନାହିଁ । ଆଇଆରସିଟିସି ଏହି ନିୟମଗୁଡିକୁ ଅନେକ ପର୍ଯ୍ୟାୟରେ ଲାଗୁ କରିଛି । ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୨୯ତାରିଖରେ କାର୍ଯ୍ୟକାରୀ ହୋଇଥିଲା, ଦ୍ୱିତୀୟ ପର୍ଯ୍ୟାୟ ୫ ଜାନୁଆରୀ ୨୦୨୬ରେ ଆରମ୍ଭ ହୋଇଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ଜାନୁଆରୀ ୧୨ ତାରିଖରୁ କାର୍ଯ୍ୟକାରୀ ହେବ ।
ବର୍ତ୍ତମାନ ଯେଉଁ ଉପଭୋକ୍ତାମାନଙ୍କର ଆଧାର ଆକାଉଣ୍ଟ ସହିତ ଲିଙ୍କ ହୋଇନାହିଁ ସେମାନେ ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ଟିକେଟ ବୁକ୍ କରିପାରିବେ ନାହିଁ ।
Powered by Froala Editor