ପୁଣି ବୃଦ୍ଧି ହେଲା ସୁନା ଓ ରୂପା ଦାମ୍
ନୂଆଦିଲ୍ଲୀ: ସୁନା ଓ ରୂପା ଦାମ୍ ପୁଣି ବଢିଛି । ରୁପା ଦାମ୍ ଗୋଟିଏ ଦିନରେ କିଲୋଗ୍ରାମ ପିଛା ୮ହଜାର ଟଙ୍କା ବଢିଥିବା ବେଳେ ସୁନା ଦାମ୍ ୧୦ଗ୍ରାମ୍ ପିଛା ୧୫୦୦ ଟଙ୍କା ବୃଦ୍ଧି ପାଇଛି । ସୋମବାର ୨୨କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପିଛା ୧୪୫୦ଟଙ୍କା ବୃଦ୍ଧି ପାଇ ୧,୨୫,୯୫୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୦ଗ୍ରାମ୍ ପିଛା ୧୫୮୦ଟଙ୍କା ବୃଦ୍ଧି ପାଇ ୧,୩୭, ୪୦୦ ଟଙ୍କା ହୋଇଛି ।
ରୁପା ଦାମ୍ କିଲୋଗ୍ରାମ୍ ପିଛା ୮ହଜାର ଟଙ୍କା ବଢି ୨,୬୫,୦୦୦ଟଙ୍କା ହୋଇଛି ।
Powered by Froala Editor