ଏହି ଦୁଇ ଘଣ୍ଟା ଓପିଡିରେ ରୋଗୀ ଦେଖିଲେ ନାହିଁ ଡାକ୍ତର
ଭୁବନେଶ୍ୱର: ଜିଦ୍ ରେ ଅଟଳ ଡାକ୍ତରୀ ସଂଘ । ତେଜିଲା ଓମସା ଆନ୍ଦୋଳନ। ଆଉ ଘଣ୍ଟାଏ ନୁହେଁ, ଆଜିଠୁ ଦୁଇ ଘଣ୍ଟା ଓପିଡି ବନ୍ଦ। ସକାଳ ୯ଟାରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ ଓପିଡି ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଏହି ଦୁଇ ଘଣ୍ଟା ଓପିଡିରେ ଡାକ୍ତର ରୋଗୀ ଦେଖିଲେ ନାହିଁ ।
୧୪ ତାରିଖ ସୁଦ୍ଧା ସରକାର ଦାବି ଉପରେ କୌଣସି ପଦକ୍ଷେପ ନ ନେଲେ ପରବର୍ତ୍ତୀ ସମୟରେ ଉଭୟ ସକାଳେ ଓ ଅପରାହ୍ଣରେ ଦୁଇ ଘଣ୍ଟାଏ ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଥିଲା ଓମସା । ତେବେ ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିଥିଲା।
Powered by Froala Editor