୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା
ଭୁବନେଶ୍ୱର: କିଛିଦିନ ହେଲା ରାଜ୍ୟର ପାହାଡ଼ିଆ ଏବଂ ସମତଳ ଅଞ୍ଚଳ ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିଲା। ଫଳସ୍ବରୂପ ଶୀତ ପ୍ରକୋପ ସାମାନ୍ୟ କମିଥିଲା। କିନ୍ତୁ ଉପକୂଳ, ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜିଠାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ରୁ ୪ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଏହି ସମୟରେ ଶୀତ ଫେରିବା ସମ୍ଭାବନା ରହିଛି।
ଯାଜପୁର, ଜଗତସିଂହପୁର, ଭୁବନେଶ୍ବର, ଗୋପାଳପୁର, ଖୋର୍ଦ୍ଧା, ଢେଙ୍କାନାଳ, ଫୁଲବାଣୀ, ଚାନ୍ଦବାଲି, ପାରାଦ୍ବୀପ, କେନ୍ଦ୍ରାପଡ଼ା, ବାରିପଦା, ରାଉରକେଲା ଏବଂ ଭବାନୀପାଟଣାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ଆଜି ସକାଳେ ଯାଜପୁର, ନୟାଗଡ଼ ଜିଲାକୁ ଘନରୁ ଅତି ଘନ କୁହୁଡ଼ି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ ଏବଂ ଗଜପତି ଜିଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
Powered by Froala Editor