ତ୍ୱଚାରେ ଦାଗ ଦୂର କରେ ଆଳୁ ରସ
ଅନେକ ସମୟରେ ତ୍ୱଚାରେ ବିଭିନ୍ନ ପ୍ରକାର ଦାଗ,ବ୍ରଣ ଆଦି ସମସ୍ୟା ଦେଖାଯାଏ । ବିଭିନ୍ନ ପ୍ରକାର ଦାମୀ କ୍ରିମ୍ ବ୍ୟବହାର କରିବା ପରେ ମଧ୍ୟ ତ୍ୱଚାରୁ ଦାଗ ସମ୍ପୂର୍ଣ୍ଣ ଭାବେ ଲିଭି ନଥାଏ ।
ଏହା ହେଉଛି ଆଳୁ । ଆଳୁ ରସକୁ ବ୍ୟବହାର କରି ତ୍ୱଚାରେ ଥିବା ଦାଗରୁ ମୁକ୍ତି ମିଳି ପାରିବ ।
ଆଳୁରେ ଥିବା ଭିଟାମିନ୍ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାକୁ ପୋଷଣ ଦେବା ସହ ଚମକକୁ ଦ୍ୱିଗୁଣିତ କରିଥାଏ ।
ଏମିତି କରନ୍ତୁ ବ୍ୟବହାର..
ସର୍ବ ପ୍ରଥମେ ଗୋଟିଏ ଆଳୁ ନିଅନ୍ତୁ । ଏହାକୁ ଭଲ ଭାବେ ପେଷି ଦିଅନ୍ତୁ । ଏବେ ଏହି ରସକୁ ୧୫ ମିନିଟ୍ ପର୍ୟ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ । ପରେ ମୁହଁକୁ ଧୋଇ ଦିଅନ୍ତୁ ।
Powered by Froala Editor