ଦାୟିତ୍ୱ ନେଲେ ଅନୁ ଗର୍ଗ
ରାଜ୍ୟର ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଉଛନ୍ତି ଅନୁ ଗର୍ଗ। ଲୋକସେବା ଭବନରେ ମନୋଜ ଆହୁଜାଙ୍କ ଠାରୁ ସେ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି। ଅନୁ ଗର୍ଗ ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଛନ୍ତି ।
ସେ ୧୯୯୧ ବ୍ୟାଚର ଆଇଏଏସ ଅଫିସର । ଡିସେମ୍ବର ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ତାନରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଅନୁ ଗର୍ଗ ରାଜ୍ୟ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଥିଲେ ।
ଅନୁ ଗର୍ଗ ୧୯୯୩ରେ ପ୍ରଥମେ ସେ ଝାରସୁଗୁଡ଼ାର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। ଏହା ପରେ କଳାହାଣ୍ଡି ଜିଲ୍ଲାର ଉପ ଜିଲ୍ଲାପାଳ ଏବଂ ପରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇ ଥିଲେ । ବରଗଡ଼ ଓ ସମ୍ବଲପୁରର ଜିଲ୍ଲାପାଳ ରହିସାରିଛନ୍ତି ଅନୁ । ଏହାଛଡ଼ା ଦିଲ୍ଲୀରେ ଓଡ଼ିଶା ଡେପୁଟି ଆବାସିକ କମିଶନର ରହିଥିଲେ । ୨୦୦୦-୨୦୦୨ ଯାଏ ICDS ନିର୍ଦ୍ଦେଶକ ରହିଛନ୍ତି । ୨୦୦୨ରୁ ୨୦୦୩ ପର୍ଯ୍ୟନ୍ତ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ୨୦୦୫ରେ କେନ୍ଦ୍ର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ବ ସୂଚାରୁ ରୂପେ ତୁଲାଇଛନ୍ତି । ସେହିପରି ମହିଳା ଓ ଶିଶୁ ବିକାଶ ସଚିବ ରହିଛନ୍ତି ଅନୁ ଗର୍ଗ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ମଧ୍ୟ ରହିଛନ୍ତି । PMOର ଯୁଗ୍ମ ସଚିବ ଥିଲେ ଅନୁ ଗର୍ଗ।
Powered by Froala Editor