ଭିଜିଲାନ୍ସ ଜାଲରେ ହାଟଡ଼ିହି ବ୍ଲକ୍ ପିଇଓ
ଆନନ୍ଦପୁର:ଭିଜିଲାନ୍ସ ଜାଲରେ ହାଟଡ଼ିହି ବ୍ଲକ୍ ପିଇଓ । ଆନନ୍ଦପୁର ହାଟଡ଼ିହି ବ୍ଲକ୍ ପିଇଓ ଜିତେନ୍ଦ୍ର ଜେନାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଓ ବାଲେଶ୍ୱରର ଭିଜିଲାନ୍ସ ଟିମ ମିଳିତଭାବେ ରେଡ୍ କରାଯାଉଛି । ବସନ୍ତିଆସ୍ଥିତ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ ଚାଲିଛି । ୪ ଜଣ ଡିଏସପି ଓ ୮ ଜଣ ଇନସପେକ୍ଟର ଏଥିରେ ସାମିଲ ରହିଛନ୍ତି।
Powered by Froala Editor