Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, July 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବାପା ବିଜୟ ଶର୍ମାଙ୍କୁ ମଧ୍ୟ ...

  • ୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ...

  • ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ...

  • ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ...

  • ଜେଲ୍‌ ଯିବେ ରାଜପାଲ ଯାଦବ

  • ଦେଢ ବର୍ଷର ଶିଶୁକୁ କଚାଡି ମାରିଥିବା ...

  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ ...

  • ୧୪ ରେ ପ୍ରଥମ ଥର ସ୍ପେଶ୍‌ ‌ଷ୍ଟେସନ ଯିବେ ...

  • ଗୁଳି ବିନିମୟ: ଚାରି ଅପରାଧୀ ନିହତ

  • ଏହି ଔଷଧ ପାଇଁ ଆବଶ୍ୟକ ହେବ ଡାକ୍ତରଙ୍କ ...

ରାଜ୍ୟ
Home ›› ରାଜ୍ୟ ››ଜଳବାୟୁ ପରିବର୍ତ୍ତନ କିମ୍ବା ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଏନଆଇଟି ଗବେଷଣାର ନୂଆ ଦିଗ ଦେଖାଇବ: ଧର୍ମେନ୍ଦ୍ର

ଜଳବାୟୁ ପରିବର୍ତ୍ତନ କିମ୍ବା ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଏନଆଇଟି ଗବେଷଣାର ନୂଆ ଦିଗ ଦେଖାଇବ: ଧର୍ମେନ୍ଦ୍ର

2025-12-28 09:54:06
15348
Share:
Facebook
Twitter
E-Mail
WhatsApp
Telegram
ଜଳବାୟୁ ପରିବର୍ତ୍ତନ କିମ୍ବା ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଏନଆଇଟି ଗବେଷଣାର ନୂଆ ଦିଗ ଦେଖାଇବ: ଧର୍ମେନ୍ଦ୍ର

ରାଉରକେଲା: ରାଉରକେଲା ଏନଆଇଟି ଶିକ୍ଷାନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀମାନେ ନିଜସ୍ୱ ଷ୍ଟାର୍ଟଅପ୍ ମାଧ୍ୟମରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେବାର ସାମର୍ଥ୍ୟ ରଖୁଛନ୍ତି । ଆଗାମୀ ଦିନରେ ସମାଜର ଜଟିଳ ସମସ୍ୟା ଯଥା- ଜଳବାୟୁ ପରିବର୍ତ୍ତନ କିମ୍ବା ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନର ଗବେଷଣା ନୂଆ ଦିଗ ଦେଖାଇବ । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ଏବଂ ଏନଆଇଟିର ମିଳିତ ସହଯୋଗରେ ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଆଜି ଏନଆଇଟି କ୍ୟାମ୍ପସ ପରିସରରେ ୩୫ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି । ଏହି ପରିସରରେ ବ୍ୟାଡମିଣ୍ଟନ କୋର୍ଟ ବିଶିଷ୍ଟ ବହମୁଖୀ ସଭାଗୃହ, ଓପନ ଏୟାର ଥିଏଟର ଏବଂ ଆନୁଷଙ୍ଗିକ ସୁବିଧା ରହିଛି । ସେହିପରି ୯୧.୧୮ କୋଟି ଟଙ୍କା ବ୍ୟୟରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ନୂତନ ଭବନ, ୫୫.୩୫ କୋଟି ଟଙ୍କା ବ୍ୟୟରେ ୫୦୦ ଶଯ୍ୟା ବିଶିଷ୍ଟ  ଛାତ୍ରୀନିବାସ,  ୩୩.୫୧ କୋଟି ଟଙ୍କା ବ୍ୟୟରେ ଅତିଥି ଭବନ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ କହିଥିଲେ ଲୋକାର୍ପିତ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ଛାତ୍ରଛାତ୍ରୀମାନଙ୍କୁ କେବଳ କ୍ରୀଡ଼ା କ୍ଷେତ୍ରରେ ନୁହେଁ, ବରଂ ସୃଜନଶୀଳ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ନୂତନ ଶିଖରରେ ପହଞ୍ଚାଇବାରେ ସାହାଯ୍ୟ କରିବ । ସେହିପରି ଶିଳାନ୍ୟାସ ହୋଇଥିବା ନୂତନ ସୁବିଧା ସୁଯୋଗଗୁଡ଼ିକ ଦ୍ୱାରା ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଉପକୃତ ହେବେ ଏବଂ ଏନଆଇଟି ରାଉରକେଲାର ପରିଚୟ ସୁଦୂରପ୍ରସାର ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଉରକେଲା କେବଳ ଏକ ସହର ନୁହେଁ ବରଂ ଲୋକଙ୍କ ଭାବାବେଗ ସହ ଜଡ଼ିତ ।  ଓଡ଼ିଶା ତଥା ଦେଶର ଶିଳ୍ପ ଏବଂ ଶିକ୍ଷାର ଏକ ପ୍ରମୁଖ ସ୍ତମ୍ଭ । ଏଠାରେ ସ୍ଥାପିତ ଏନଆଇଟି ଏନଆଇଆରଏଫ ରାଙ୍କିଂରେ ଦେଶର ଶ୍ରେଷ୍ଠ ୧୦୦ ଇଞ୍ଜିନିୟରିଂ ଅନୁଷ୍ଠାନ ମଧ୍ୟରେ ୧୩ତମ ସ୍ଥାନରେ ଅଛି । ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ (ଏଏନଆରଏଫ) ର ପ୍ରତିଷ୍ଠିତ ପେୟାର କାର୍ଯ୍ୟକ୍ରମ ଅଧୀନରେ ଏନଆଇଟି ରାଉରକେଲାକୁ ଦେଶର ୭ଟି ହବ୍ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ ଭାବେ ଚୟନ କରାଯାଇଛି । ଏହି ଅନୁଷ୍ଠାନର ପୁରାତନ ଛାତ୍ର ଦେବେନ୍ଦ୍ର ପ୍ରଧାନ ଏବଂ ବିଶ୍ୱଜିତ୍ ସ୍ୱାଇଁଙ୍କ ଦ୍ୱାରା ପ୍ରତିଷ୍ଠିତ 'କୋରାଟିଆ ଟେକ୍ନୋଲୋଜି' ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରୁଛି । ଅଣ୍ଡର-ୱାଟର ରୋବୋଟିକ୍ସରେ ବିଶେଷଜ୍ଞତା ହାସଲ କରିଥିବା ଏହି ଷ୍ଟାର୍ଟଅପ୍ ଏମଜିଏଫ କବଚ୍ଚରୁ ୧୭ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହାସଲ କରିଛି । ଏହି କମ୍ପାନୀ ଭାରତୀୟ ନୌସେନାକୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଣ୍ଡର ଓ୍ୱାଟର ରିମୋଟଲି ଅପରେଟେଡ ଭେଇକିଲ (ୟୁଡବ୍ଲୁଆରଓଭି) ଯୋଗାଇବା ପାଇଁ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ପାଇଛି । ଏହି ଉଦାହରଣ ପ୍ରମାଣ କରୁଛି ଯେ ଏନଆଇଟି ରାଉରକେଲା କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଦେଶର ସମସ୍ୟା ସମାଧାନର ଏକ କେନ୍ଦ୍ର ପାଲଟିଛି ।

ଏହି ଶିକ୍ଷାନୁଷ୍ଠାନର ଆଲୁମିନି ଜୀବନ୍ତ ଏବଂ ଏନଆଇଟି ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରାଉରକେଲାର ଗ୍ରୋଥ୍ ଇଞ୍ଜିନ ।  ଏହି ଶିକ୍ଷାନୁଷ୍ଠାନରେ ଏଆଇ ଓ ରୋବୋଟିକ୍ସ ଭଳି ଆଧୁନିକ ବିଷୟ ଯୋଡାଯାଇଛି । ଆଗାମୀ ଦିନରେ ଦେଶରେ ଏକ ପ୍ରମୁଖ ଜ୍ଞାନ ଆଧାରିତ ଅର୍ଥନୀତିର କେନ୍ଦ୍ର ଏନଆଇଟି ରାଉରକେଲା ହେବ ବୋଲି ଆଶା । ଅପରପକ୍ଷରେ ରାଉରକେଲା ଇସ୍ପାତ୍ କାରଖାନାରେ ପ୍ରାୟ ୫ ମିଲିୟନ ଟନ ଷ୍ଟିଲ୍ ଉତ୍ପାଦନ କରାଯାଉଛି । ଏହାକୁ ୨୦୩୦ ସୁଦ୍ଧା ୯.୮ ମିଲିୟନ ଟନକୁ ବଢାଇ ସମ୍ପ୍ରସାରଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ଦ୍ୱାରା ପାଖାପାଖି ୩୫ ରୁ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ, ଯଦ୍ୱାରା ରୋଜଗାରର ଅବସର ବଢିବ ।

 ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି  ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାଏକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Powered by Froala Editor

Tags Dharmendra pradhan

Related articles Odisha News Lens 4.1

  • ୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ଆତ୍ମହତ୍ୟା କଲେ ଅଷ୍ଟମ ଛାତ୍ରୀ
    ଦେଶ-ଦେଶାନ୍ତର

    ୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ଆତ୍ମହତ୍ୟା କଲେ ଅଷ୍ଟମ ଛାତ୍ରୀ

    14084
    Jul 11, 2026
  • ଜେଲ୍‌ ଯିବେ ରାଜପାଲ ଯାଦବ
    ଦେଶ-ଦେଶାନ୍ତର

    ଜେଲ୍‌ ଯିବେ ରାଜପାଲ ଯାଦବ

    14803
    Jul 10, 2026
  • ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ଆୟୁଷୀ !
    ଦେଶ-ଦେଶାନ୍ତର

    ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ଆୟୁଷୀ !

    14808
    Jul 11, 2026
  • ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
    ଦେଶ-ଦେଶାନ୍ତର

    ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ

    13750
    Jul 11, 2026
  • ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ହେବା ବାଧ୍ୟତାମୂଳକ ନୁହେଁ
    ଦେଶ-ଦେଶାନ୍ତର

    ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ହେବା ବାଧ୍ୟତାମୂଳକ ନୁହେଁ

    13362
    Jul 11, 2026
  •  ୧୪ ରେ ପ୍ରଥମ ଥର ସ୍ପେଶ୍‌ ‌ଷ୍ଟେସନ ଯିବେ ଅନିଲ ମେନନ
    ଦେଶ-ଦେଶାନ୍ତର

    ୧୪ ରେ ପ୍ରଥମ ଥର ସ୍ପେଶ୍‌ ‌ଷ୍ଟେସନ ଯିବେ ଅନିଲ ମେନନ

    14693
    Jul 10, 2026
  • ଦେଢ ବର୍ଷର ଶିଶୁକୁ କଚାଡି ମାରିଥିବା ଅଭିଯୁକ୍ତକୁ ଫାଶୀ
    ଅପରାଧ

    ଦେଢ ବର୍ଷର ଶିଶୁକୁ କଚାଡି ମାରିଥିବା ଅଭିଯୁକ୍ତକୁ ଫାଶୀ

    14484
    Jul 10, 2026
  • ଗୁଳି ବିନିମୟ: ଚାରି ଅପରାଧୀ ନିହତ
    ଦେଶ-ଦେଶାନ୍ତର

    ଗୁଳି ବିନିମୟ: ଚାରି ଅପରାଧୀ ନିହତ

    14823
    Jul 10, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?
    ବିଶେଷ

    ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14381
    Jul 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଗୁଳି ବିନିମୟ: ଚାରି ଅପରାଧୀ ନିହତ

    14823
    Jul 10, 2026
  • ବିଶେଷ

    ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14381
    Jul 10, 2026
  • ଦେଶ-ଦେଶାନ୍ତର

    ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ଆୟୁଷୀ !

    14808
    Jul 11, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17637
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18036
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14381
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15512
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15617
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15422
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15289
    Jul 03, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15839
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15709
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13815
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14930
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ଆତ୍ମହତ୍ୟା କଲେ ଅଷ୍ଟମ ଛାତ୍ରୀ

    14084
    Jul 11, 2026
  • ଜେଲ୍‌ ଯିବେ ରାଜପାଲ ଯାଦବ

    14803
    Jul 10, 2026
  • ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ

    13750
    Jul 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In