ଦୁର୍ବୃତ୍ତ ଜାଳିଦେଲେ ଯାତ୍ରୀବାହୀ ବସ୍
ରାଉରକେଲା: ରାଉରକେଲାରେ ଯାତ୍ରୀବାହୀ ବସ୍ ଜାଳିଦେଲେ ଦୁର୍ବୃତ୍ତ । ଟାଙ୍ଗାରପାଲି ଥାନା ଅଞ୍ଚଳରେ ବସ୍ କାଚ ଭାଙ୍ଗିବା ସହ ଜାଳି ଦେଇଛନ୍ତି । ଗୋଟିଏ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅନ୍ୟ ବସଟିରେ ନିଆଁ ଆୟତ୍ତ କରାଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କିଏ ଓ କହିଁକି ଏପରି ଦାମୀ ବସକୁ ଜାଳି ଦେଲେ ତାହାର ଅସ୍ପଷ୍ଟ ରହିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor