ବ୍ଲୁ ବର୍ଡ ବ୍ଲକ-୨ ସାଟେଲାଇଟର ସଫଳ ଉତକ୍ଷେପଣ
ନୂଆଦିଲ୍ଲୀ: ଇତିହାସ ରଚିଛି ଇସ୍ରୋ । ଶ୍ରୀହରିକୋଟାରୁ ସକାଳ ୮ଟା ୫୫ମିନିଟରେ ସଫଳ ଉତକ୍ଷେପଣ ହୋଇଛି ବ୍ଲୁ ବର୍ଡ ବ୍ଲକ-୨ ସାଟେଲାଇଟ୍ । ଏହି ଉତକ୍ଷେପଣ ଫଳରେ ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ । ମୋବାଇଲ୍ ନେଟୱର୍କ ପାଇଁ ଦରକାର ପଡିବନି ଟାୱାର ।
ମୋବାଇଲ ଫୋନ୍ ଜଗତରେ ଏକ ବଡ ବିପ୍ଳବ ଆରମ୍ଭ ହୋଇଛି । ବ୍ଲୁ ବର୍ଡ ବ୍ଲକ-୨ ସାଟେଲାଇଟ୍ ଉତକ୍ଷେପଣ ପରେ ମୋବାଇଲ୍ ଫୋନ୍ ନେଟୱାର୍କ ଯୋଗାଉଥିବା ଟାୱାରଗୁଡିକୁ ଏବେ ହଟାଇ ଦିଆଯାଇପାରେ । କାରଣ ଏବେ ସାରା ବିଶ୍ୱରେ ମୋବାଇଲ ଫୋନଗୁଡିକ ମହାକାଶରୁ ସିଧାସଳଖ ସଂଯୋଗ ପାଇବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବ୍ଲୁ ବାର୍ଡ ବ୍ଲକ-୨ ସାଟେଲାଇଟକୁ ସଫଳତାର ସହ ଉତକ୍ଷେପଣ କରିଛି । ଏହି ସାଟେଲାଇଟକୁ ମହାକାଶର ଲୋ ଆର୍ଥ ଅର୍ବିଟ୍ ରେ ରଖାଯିବ । ଏହି ସାଟେଲାଇଟରେ ୨୨୩ବର୍ଗ ମିଟରର ଏକ ବିଶାଳ ଆଣ୍ଟେନା ଅଛି । ଏହି ମିଶନ୍ ସିଧାସଳଖ ମୋବାଇଲ ଫୋନକୁ ୫ଜି ସଂଯୋଗ ପ୍ରଦାନ କରିବ । ଭାରତର ବାହୁବଳୀ ରକେଟ୍ LVM3 ବ୍ଲୁ ବାର୍ଡ ବ୍ଲକ-୨ ସାଟେଲାଇଟ୍ ଉତକ୍ଷେପଣ କରିଛି।
Powered by Froala Editor