ଗାଡ଼ି କାଗଜପତ୍ର ସମୟ ଅବଧି ନେଇ ଏହା କହିଲେ ମନ୍ତ୍ରୀ
ଭୁବନେଶ୍ୱର: ଗାଡ଼ିର ବୈଧ କାଗଜପତ୍ର କରାଇବା ପାଇଁ ମାସେ ସମୟ ଅବଧି । ପରିବହନ ମନ୍ତ୍ରୀ ବିଭୂତି ଜେନା ବୁଧବାର ଏହି ସୂଚନା ଦେଇଛନ୍ତି । ଏହି ଅବଧି ମଧ୍ୟରେ ଆରସି, ଫିଟନେସ, ପିୟୁସି ଓ ବୀମା ଆଦି କରାଇ ନେବାକୁ ମନ୍ତ୍ରୀ ଅପିଲ କରିଛନ୍ତି । ଜାନୁଆରୀ ୧ ପରିବର୍ତ୍ତେ ଫେବୃଆରୀ ପହିଲାରୁ ଯାନବାହାନ ଯାଞ୍ଚ କଡ଼ାକଡ଼ି କରାଯିବ ।
ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତି ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି । ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନ ଥିବା ଯାନ ମାନେ ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ବିବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି ।
Powered by Froala Editor