ବିରୋଧ ମଧ୍ୟରେ ଜି ରାମଜୀ ବିଲ୍ ପାରିତ
ପ୍ରବଳ ବିରୋଧ ମଧ୍ୟରେ ଲୋକସଭାରେ ଜି ରାମଜୀ ବିଲ୍ ପାରିତ ହୋଇଛି । ଗ୍ରାମୀଣ ନିଯୁକ୍ତି ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ନେଇ ବିରୋଧୀ ଦଳଗୁଡ଼ିକର ବିରୋଧ ମଧ୍ୟରେ ଲୋକସଭାରେ ପାରିତ ହୋଇଛି ବିଲ୍ । ୟୁପିଏ ସରକାର ସମୟରୁ ପ୍ରଚଳିତ ମନରେଗା ଯୋଜନାର ନାମ ପରିବର୍ତ୍ତନ କରାଯିବାକୁ ନେଇ ଚଳିତ ଅଧିବେଶନ ଆରମ୍ଭରୁ ଉଭୟ ଶାସକ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ଉସ୍ମତା ଦେଖା ଦେଇଥିଲା ।
ବିରୋଧୀ ଦଳ ବିଲର କାଗଜପତ୍ର ଚିରି ଫିଙ୍ଗି ଦେଇଥିଲେ। ଗୃହର ପରିବେଶ ଏତେ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା ଯେ ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ଭାରତ ନିଯୁକ୍ତି ଏବଂ ଜୀବିକା ମିଶନ ଗ୍ୟାରେଣ୍ଟି ବିଲ୍ ଯାହାକୁ VB–G Ram G ଭାବରେ ମଧ୍ୟ ଜଣାଶୁଣା, ସେ ଉପରେ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲୋକସଭାରେ ପ୍ରତିକ୍ରିୟା ଦେଇଥିଲେ। MGNREGA ବଦଳରେ ସରକାର ଆଣିଥିଲେ VB–G RAM G ବିଲ୍ । ଏହି ସମୟ ମଧ୍ୟରେ ବିରୋଧୀ ଦଳ ବିଲ୍ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିରୋଧୀ ସାଂସଦମାନେ ବେଲ ଭିତରକୁ ପ୍ରବେଶ କରି କାଗଜ ଫିଙ୍ଗିଲେ।
ଶିବରାଜ ସିଂହ ଚୌହାନ କହିଛନ୍ତି, ଆମେ କାହାରି ପ୍ରତି ଭେଦଭାବ କରୁନାହୁଁ। ବାପୁ ଆମର ପ୍ରେରଣା ଏବଂ ଶ୍ରଦ୍ଧା। ସମଗ୍ର ଦେଶ ଆମ ପାଇଁ ଏକ। ଦେଶ କେବଳ ଏକ ଭୂମି ଖଣ୍ଡ ନୁହେଁ । ଆମର ଦୃଷ୍ଟିକୋଣ ସଂକୀର୍ଣ୍ଣ ଏବଂ ସୀମିତ ନୁହେଁ ।
କଂଗ୍ରେସ ସାଂସଦ କେଜି ଭେନୁଗୋପାଳ ବାଚସ୍ପତିଙ୍କୁ ବିଲ୍ଟିକୁ ଏକ ସ୍ଥାୟୀ କମିଟି କିମ୍ବା ଏକ ମିଳିତ ସଂସଦୀୟ କମିଟିକୁ ପଠାଇବାକୁ ଅନୁରୋଧ କରିଥିଲେ। ତଥାପି, ଲୋକସଭା ବାଚସ୍ପତି ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ବିଲ୍ଟି ଉପରେ ୧୪ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇସାରିଛି।
ଗତ ୧୬ତାରିଖରେ ପ୍ରସ୍ତାବ ଗୃହୀତ ସମୟରେ ଗୃହରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଓ ଶଶୀ ତରୁର ପ୍ରବଳ ବିରୋଧ କରିଥିଲେ । ଫଳରେ ଗୃହ ମୁଲତବୀ ରହିବା ସହ ସାଂସଦ ମାନେ ସଂସଦ ପରିସରେକ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।
Powered by Froala Editor