ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜୀକରଣ ଏବେ ହେଲା ସହଜ
ଭୁବନେଶ୍ଵର : ସହଜ ହେଲା ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜୀକରଣ। ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜୀକରଣକୁ ନେଇ ଉପୁଜିଥିବା ଦ୍ବନ୍ଦ୍ଵ ଦୂର ହୋଇଛି। ରାଜ୍ୟ ସରକାର ଏହି ପଞ୍ଜୀକରଣକୁ ସହଜ କରିଛନ୍ତି। ଏଣିକି ୨୦ ହଜାର ଟଙ୍କାରେ ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ କମନ ଏରିଆ ପଞ୍ଜୀକରଣ କରାଯିବ। ରାଜସ୍ବ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ୨୦୨୩ ମସିହାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଆଇନ ଆସିବା ସତ୍ତ୍ବେ କମନ ଏରିଆ ପଞ୍ଜୀକରଣକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଫଳରେ ଆପାର୍ଟମେଣ୍ଟ ପଞ୍ଜୀକରଣରେ ଏହା ବାଧକ ସୃଷ୍ଟି ହୋଇଥିଲା। ଏଣିକି ୨୦ ହଜାର ଟଙ୍କାରେ ଆସୋସିଏନସ ଅଫ ଆଲଟି ବା ବାସଗୃହ କ୍ରେତା ସଂଘ ନାଁରେ କମନ ଏରିଆ ପଞ୍ଜକରଣ ହୋଇପାରିବ।
Powered by Froala Editor