ହାତୁଡ଼ିରେ ପିଟି ବୋହୂ ନେଲା ଶାଶୁ ଜୀବନ
ଅନୁଗୁଳ: ଅନୁଗୁଳ ସଦର ଥାନା ଖଲାରୀରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ହାତୁଡ଼ିରେ ପିଟି ଶାଶୂଙ୍କ ଜୀବନ ନେଇଛନ୍ତି ବୋହୂ ଓ ସମୁଦୁଣୀ। ଏହି ଘଟଣାରେ ପୁଲିସ ବୋହୂ ଓ ସମୁଦୁଣୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ମୁତାବକ, ଖଲାରୀ ଗଡ଼ପଦା ସାହିର କୁନି ନାୟକ (୪୭)ଙ୍କ ସହିତ ଗତକାଲି ରାତିରେ ବୋହୂ ସରିତା ସାହୁଙ୍କର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବୋହୂ ସରିତା ଏକ ହାତୁଡ଼ିରେ ଶାଶୂଙ୍କୁ ପିଟିଥିବା କୁହାଯାଉଛି। ଫଳରେ ଶାଶୂ କୁନି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ସଦର ଥାନା ପୁଲିସ ଖବର ପାଇ ଆଜି ଖଲାରୀରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
Powered by Froala Editor