ଖସିଲା ବରଯାତ୍ରୀ ଗାଡି,୧୦ ଆହତ
ବାରିପଦା: ୨୦ ଫୁଟ୍ ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି,୧୦ ଆହତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ନଳବଜା ନିକଟରେ। ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତିରେ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର ଗୋପୀବଲ୍ଳଭପୁରରୁ ଏକ ବୋଲେରୋ ଯୋଗେ ୯ଜଣ ଲୋକେ ରାସଗୋବିନ୍ଦପୁର ଥାନା ଅଧୀନ ଝାଟିଅଡା ଗାଁର ଏକ ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ କୌଣସି କାରଣ ବଶତଃ ନଳଗଜା ପୋଲରୁ ୨୦ ଫୁଟ ତଳକୁ ବୋଲେରୋଟି ଖସି ପଡିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।
Powered by Froala Editor