ଝିଅର କଷ୍ଟୋଡି ପାଇଁ କନ୍ନଡ ଅଭିନେତ୍ରୀଙ୍କୁ ଅପହରଣ କଲେ ସ୍ବାମୀ
କନ୍ନଡ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଚୈତ୍ରାଙ୍କୁ ତାଙ୍କ ସ୍ବାମୀ ଅପହରଣ କରିଥିବା ଜଣାପଡିଛି। ଅଭିନେତ୍ରୀ ଚିତ୍ରା ଆର୍ଙ୍କ ଭଉଣୀ କରିଥିବା ଅଭିଯୋଗ ଅନୁସାରେ, ଗତ ୭/୮ ମାସ ତଳେ ପାରିବାରିକ ବିବାଦ ଯୋଗୁ ଚିତ୍ରା ଏବଂ ତାଙ୍କ ସ୍ୱାମୀ ହର୍ଷବର୍ଦ୍ଧନ ଅଲଗା ହୋଇଯାଇଥିଲେ । ଉଭୟେ ୨୦୨୩ରେ ବିବାହ କରିଥିଲେ । ପରେ ଫିଲ୍ମ ପ୍ରଯୋଜକ ଥିବା ହର୍ଷବର୍ଦ୍ଧନ ହାସନ ପଳାଇଥିବାବେଳେ ଚିତ୍ରା ତାଙ୍କ ୧ ବର୍ଷୀୟ ଝିଅ ସହ ମଗରଦି ରୋଡ୍ରେ ଏକ ଭଡ଼ା ଘରେ ରହୁଥିଲେ ।
ଚୈତ୍ରା ଝିଅ ସହ ବେଙ୍ଗାଲୁରୁରେ ରହୁଥିବାବେଳେ ହର୍ଷବର୍ଦ୍ଧନ ହାସନ ଜିଲାରେ ବାସ କରୁଛନ୍ତି। ଝିଅର ଅଭିଭାବକତ୍ବ ନେଇ ଚୈତ୍ରା ଓ ହର୍ଷଙ୍କ ମଧ୍ୟରେ ପ୍ରାୟତଃ ଯୁକ୍ତିତର୍କ ଲାଗୁଥିଲା। ବିବାହ ବିେଚ୍ଛଦ ପରେ ଚୈତ୍ରା ପୁଣି ଟିଭି ଓ ଚଳଚ୍ଚିତ୍ର ଦୁନିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଡିସେମ୍ବର ୭ରେ ସେ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ ମହୀଶୂର ଯାଉଥିଲେ। ଏହି ସୂଚନା ପାଇବା ପରେ ହର୍ଷ ନିଜର ଦୁଇ ସହଯୋଗୀଙ୍କ ସହ ଚୈତ୍ରାଙ୍କୁ ଅପହରଣ କରିବାକୁ ଚକ୍ରାନ୍ତ କରିଥିଲେ।
ଅଭିଯୋଗ ଅନୁସାରେ, ହର୍ଷବର୍ଦ୍ଧନ ଚିତ୍ରାଙ୍କ ସହଯୋଗୀ କୌଶିକଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେଇ ଚିତ୍ରାଙ୍କୁ ମହୀଶୂର ରୋଡ୍ ମେଟ୍ରୋ ଷ୍ଟେସନ ନିକଟକୁ ସକାଳ ପ୍ରାୟ ୮ଟାରେ ଡକାଇଥିଲେ । ଚିତ୍ରା ସେଠାରେ ପହଞ୍ଚିବା ପରେ ତାଙ୍କୁ ଜୋର ଜବରଦସ୍ତି ଏକ କାର୍ରେ ଏନ୍ଆଇସିଇ ରୋଡ୍ ଏବହ ବିଦାଡି ରୋଡ୍ ଦେଇ ନିଆଯାଇଥିଲା । ସକାଳ ପ୍ରାୟ ସାଢ଼େ ୧୦ଟାରେ ଚିତ୍ରା କୌଣସି ମତେ ତାଙ୍କର ଜଣେ ବନ୍ଧୁ ଗିରିଶଙ୍କୁ ଏକ ଆଲର୍ଟ ମେସେଜ ପଠାଇଥିଲେ । ପରେ ଗିରିଶ ଏ ନେଇ ଚିତ୍ରାଙ୍କ ଘରେ ଜଣାଇଥିଲେ । ସନ୍ଧ୍ୟାରେ ହର୍ଷବର୍ଦ୍ଧନ ଚିତ୍ରାଙ୍କ ମା’ଙ୍କୁ ଫୋନ୍ କରି ଅପହରଣ ବାବଦରେ ଜଣାଇବା ସହ ତାଙ୍କ ଝିଅକୁ ଏକ ଠିକଣାକୁ ଆଣି ଆସିବାକୁ କହିଥିଲେ । ନଚେତ ସେ ଚିତ୍ରାଙ୍କୁ ଛାଡ଼ିବେନି ବୋଲି ଧମକ ଦେଇଥିଲେ । ଅଭିଯୋଗ ପାଇ ପୁଲିସ ହର୍ଷବର୍ଦ୍ଧନଙ୍କ ନାଁରେ ଏକ ମାମଲା ରୁଜୁ କରି ଅଭିନେତ୍ରୀଙ୍କ ସନ୍ଧାନ ଜାରି ରଖିଛି ।
ଚୈତ୍ରାଙ୍କ ପରିବାର ଲୋକଙ୍କ ଏତଲାକୁ ଆଧାର କରି ପୁଲିସ ମାମଲା ରୁଜୁ କରିଛି। ହର୍ଷ ଜଣେ ଚଳଚ୍ଚିତ୍ର ପ୍ରଯୋଜକ ହୋଇଥିବାବେଳେ ଅନ୍ୟ ବ୍ୟାବସାୟିକ କାରବାର ମଧ୍ୟ ରହିଛି।
Powered by Froala Editor