ଧୁରନ୍ଧର କ୍ରେଜ : ୧୦ ଦିନରେ ୫୦୦ କୋଟି ପାର୍
ମାତ୍ର ୧୦ ଦିନ ମଧ୍ୟରେ ଧୁରନ୍ଧର ୫୦୦ କୋଟି ପାର୍ କରିଛି । ପ୍ରଥମ ସୋମବାର ଅପେକ୍ଷା ଦ୍ୱିତୀୟ ସୋମବାରରେ ଫିଲ୍ମଟି ଅଧିକ ରୋଜଗାର କରିଛି । ଏହାସହ ଫିଲ୍ମଟି ଚଳିତ ବର୍ଷର ସର୍ବାଧିକ ଆୟକାରୀ ଫିଲ୍ମ ତାଲିକାରେ ତୃତୀୟ ସ୍ଥାନରେ ରହିଛି ।
ଭାରତରେ ଫିଲ୍ମଟି ୪୦୦ କୋଟି ଟଙ୍କା ପାଖାପାଖି ପହଞ୍ଚିଛି । ଭାରତରେ ଫିଲ୍ମଟି ୧୧ ତମ ଦିନରେ ୩୧.୮୦ କୋଟି ଟଙ୍କା ଆୟ କରିଥିଲା, ଯାହା ମୋଟ ଆୟ ୩୯୬.୪୦ କୋଟିକୁ ବୃଦ୍ଧି ହୋଇଛି । ଟ୍ରେଡ ଆନାଲିଷ୍ଟଙ୍କ ଅନୁସାରେ, ଧୁରନ୍ଧର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ।ପ୍ରଥମ ସୋମବାର ଦିନ 'ଧୁରନ୍ଧର' ଏହାର ଦୃଢ଼ ପ୍ରଦର୍ଶନ ଜାରି ରଖିଥିଲା। ଦ୍ୱିତୀୟ ସୋମବାରରେ ପ୍ରଥମ ସୋମବାର (୨୪.୩୦ କୋଟି ଟଙ୍କା) ଅପେକ୍ଷା ଅଧିକ ଆୟ କରିଛି।
ପ୍ରକାଶ ଥାଉକି, ଫିଲ୍ମ 'ଧୁରନ୍ଧର'ରେ ରଣଭୀର ସିଂହ ଜଣେ ଭାରତୀୟ ଗୁପ୍ତଚର ଭୂମିକାରେ ଅଭିନୟ କରନ୍ତି ଯିଏ ଲିଆରିରେ ଅବସ୍ଥିତ ଏକ ଆତଙ୍କବାଦୀ ନେଟୱାର୍କରେ ଅନୁପ୍ରବେଶ କରନ୍ତି। ଏଥିରେ ଅକ୍ଷୟ ଖନ୍ନା, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ, ସାରା ଅର୍ଜୁନ ଏବଂ ଆର. ମାଧବନ ଅଭିନୟ କରିଛନ୍ତି ।
Powered by Froala Editor