ଧଉଳି ଗଣଦୁଷ୍କର୍ମ ଘଟଣା: ମହିଳା କମିଶନ ସଦସ୍ୟା କ୍ରାଇମ ସ୍ପଟ୍ରେ
ଭୁବନେଶ୍ୱର: ଧଉଳି ଗଣଦୁଷ୍କର୍ମ ଘଟଣାରେ ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଇତି ମଧ୍ୟରେ ପୁଲିସ ନାବାଳିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ କରିଛି । ସେପଟେ ଆଜି କ୍ରାଇମ ସ୍ପଟ୍ରେ ପହଞ୍ଚିଛନ୍ତି ମହିଳା କମିଶନ ସଦସ୍ୟା। ପ୍ରଥମେ ଧଉଳି ଥାନା ଯାଇ ଅନୁଧ୍ୟାନ କରିବା ପରେ କ୍ରାଇମ୍ ସ୍ପଟ୍ ରେ ପହଞ୍ଚିଥିଲେ।
ସୂଚନା ମୂତାବକ ଧଉଳି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୧୧ ତାରିଖରେ ନାବାଳିକା ପୁରୁଷ ବନ୍ଧୁଙ୍କ ସହ ଦୟାନଦୀ ପଠାକୁ ଯାଇଥିଲେ । ଏତିକି ବେଳେ ତିନିଜଣ ସେଠାରେ ପହଞ୍ଚି ସେଠାରୁ ସେମାନଙ୍କୁ ଲୁଟ୍ କରିଥିଲେ। ପରେ ସେମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଧଉଳି ଥାନାରେ ଅଭିଯୋଗ ହୋଇଛି । ଏଥିରେ ପୀଡିତାଙ୍କର ବୟାନ ଅଦାଲତରେ ରେକର୍ଡ କରାଯାଇଛି । ପ୍ରଥମେ ପୀଡିତା ପ୍ରଥମେ ଲୁଟ୍ କଥା ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ପୀଡିତା ଭୟରେ ଦୁଷ୍କର୍ମ କଥା କହିନଥିଲେ । ପରେ ପୁଲିସ ତଦନ୍ତକୁ ଦୁଷ୍କର୍ମ କଥା ଜାଣି ପାରିଥିଲା । ଏହାପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
Powered by Froala Editor