ଆଜିଠୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ସ୍ଵତନ୍ତ୍ର ପହିଲି ଭୋଗ ନୀତି
ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଆଜିଠାରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ସ୍ଵତନ୍ତ୍ର ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ରାତି ୨ଟାରେ ଦ୍ଵାରଫିଟା ନୀତି ପରେ ହୋଇଛି ପହିଲି ଭୋଗ ନୀତି। ଜାନୁଆରୀ ୩ ରେ ଶ୍ରୀମନ୍ଦିରରେ ଦେବାଭିଷେକ ନୀତି ସହ ମହାପ୍ରଭୁଙ୍କର ଦୁର୍ଲଭ ସୁନା ବେଶ ଅନୁଷ୍ଠିତ ହେବ।
ପରମ୍ପରା ଅନୁଯାୟୀ ଏହି ୧ ମାସ ଧରି ଲକ୍ଷ୍ମୀ ଠାକୁରାଣୀ ବାପ ଘର କୁ ଯାଇଥିବାରୁ ମାଆ ଯଶୋଦାଙ୍କ ଦ୍ଵାରା ମହାପ୍ରଭୁଙ୍କୁ ବିରି, ଗହମଚୁନା, ଘିଅ ପାଗ ହୋଇଥିବା ପିଠା ଏବଂ ଧନୁମୁଆଁ ଲାଗି କରାଯାଇଥାଏ। ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ, ବଡ଼ଝିଲି, ବଡ଼ବଡ଼ା, କାକରା, ଅମାଲୁ, ଝିଲି, ଏଣ୍ଡୁରି, ଲଡୁ, ବଡ଼ି ଓ ଖଇରଚୂଳ ପରି ବିଭିନ୍ନ ଭୋଗ ଲାଗି ହୋଇଛି।
Powered by Froala Editor