ପୁଲିସ ଏସ୍ଆଇ ନିଯୁକ୍ତି ମାମଲା: ଷଡ଼ଯନ୍ତ୍ରର ଚିଠା ହାତେଇଛି ତଦନ୍ତକାରୀ ଦଳ
ଭୁବନେଶ୍ବର: ପୁଲିସ ସବ୍ ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ଦୁର୍ନୀତି ମାମଲାରେ ରିମାଣ୍ଡରେ ଆସି ଜେରାର ସମ୍ମୁଖୀନ ହୋଇଥିବା ୫ ଦଲାଲ ମୁନା ମହାନ୍ତି, ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ, ଶ୍ରୀକାନ୍ତ ମହାରଣା ଓ ନୀତିଶ କୁମାରଙ୍କ ଠାରୁ ନୂଆ ତଥ୍ୟ ମିଳିଛି। ଏହି ତଥ୍ୟକୁ ନେଇ ସିବିଆଇ ତର୍ଜମା କରୁଛି। ମୁନାର ଆର୍ଥିକ କାରବାର ଖୋଳତାଡ଼ ସହ ପୂରା ଷଡ଼ଯନ୍ତ୍ରର ଚିଠା ହାତେଇଛି ତଦନ୍ତକାରୀ ଦଳ। ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି ଓ ପ୍ରଚ୍ଛଦପଟରେ ଥିବା କିଛି ଅଦୃଶ୍ୟ ଚେହେରାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି।
ଦଲାଲଙ୍କୁ ପଚରାଉଚରା ପରେ ଶଙ୍କର ବିରୋଧରେ ପ୍ରମାଣ ମିଳିଥିବାରୁ ତାକୁ ରିମାଣ୍ଡ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଗିରଫ ଦଲାଲମାନେ କ୍ରାଇମ୍ବ୍ରାଞ୍ଚକୁ ଦେଇଥିବା ତଥ୍ୟ ଓ ଏବେ ସିବିଆଇକୁ ମିଳିଥିବା ଉତ୍ତରରେ ତାଳମେଳ ନଥିବା ଜଣାପଡ଼ିଛି। ତଦନ୍ତକୁ ବାଟବଣା କରିବାକୁ ମୁନା ସବୁ ପ୍ରକାର ଉଦ୍ୟମ ଚଳାଇଛି। ଅନୁରୂପ ଭାବେ ନୀତିଶକୁ ଗିରଫ କରି ଆନ୍ତଃରାଜ୍ୟ ଲିଙ୍କ୍ର ଗୁମର ଖୋଲିଥିଲା ସିବିଆଇ। ନୀତିଶର ଦୁଇ ସହଯୋଗୀ ଦିଲ୍ଲୀରେ ଲୁଚିଥିବା ଜଣାପଡ଼ିଛି। ସମ୍ପୃକ୍ତ ଦୁଇ ବ୍ୟକ୍ତିଙ୍କୁ ସିବିଆଇରେ ହାଜର ଲାଗି ସମନ ହୋଇଛି।
Powered by Froala Editor