ସୋଫିଆ ନିଜ କାର୍ଯ୍ୟପନ୍ଥା ନିଜେ ସ୍ଥିର କରିବେ: ମୋକିମ୍
ଭୁବନେଶ୍ୱର: କଂଗ୍ରେସ ବିଧାୟିକା ତଥା ନିଜ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ମଧ୍ୟ ମୁହଁ ଖୋଲିଲେ କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି, ସୋଫିଆ ବିଧାୟିକା ଅଛନ୍ତି, ତାଙ୍କର ଏହା ସହ କୌଣସି ସମ୍ପର୍କ ନାହିଁ। ସୋଫିଆ ନିଜ ନିଷ୍ପତ୍ତି ନିଜେ ନେବେ, ନିଜ କାର୍ଯ୍ୟପନ୍ଥା ନିଜେ ସ୍ଥିର କରିବେ ବୋଲି ବାପା ମୋକିମ କହିଛନ୍ତି।
ସୂଚନାଯୋଗ୍ୟ, ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ମୋକିମ ବହିଷ୍କୃତ ହୋଇଛନ୍ତି।
Powered by Froala Editor