ଓଡ଼ିଶାରେ ହାଡ଼ଭଙ୍ଗା ଶୀତ : ୮ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ
ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ ଜାରି ରହିଛି । ରାଜ୍ୟର ୮ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ ରେକର୍ଡ ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ ଗତ ଦୁଇଦିନ ଅପେକ୍ଷା ରାଜ୍ୟରେ ହ୍ରାସ ପାଇଛି ତାପମାତ୍ରା। ଆହୁରି ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ଶୀତର ପ୍ରଭାବ। ଥୁଆମୁଳ ରାମପୁରରେ ୫.୭, ଫୁଲବାଣୀରେ ୬, ଦାରିଙ୍ଗବାଡ଼ିରେ ୬, କୋରାପୁଟରେ ୭, ରାଉରକେଲାରେ ୮.୨, ଝାରସୁଗୁଡାରେ ୮.୯, ଭବାନୀପାଟଣା ୯, ଅନୁଗୁଳରେ ୯.୬ ଓ ବୌଦ୍ଧ ତାପମାତ୍ରା ୯.୮ ଡିଗ୍ରୀ ରେକର୍ଡ ହୋଇଛି।
ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ ରହିଛି। ସେହିପରି ସମ୍ବଲପୁରରେ ୧୧.୮ ଡିଗ୍ରୀ, ହୀରାକୁଦରେ ୧୩ ଡିଗ୍ରୀ, ଭୁବନେଶ୍ୱରରେ ୧୩.୨ ଡିଗ୍ରୀ ଥିବାବେଳେ ବାଲେଶ୍ୱରରେ ୧୪.୧ ଡିଗ୍ରୀ, ଚାନ୍ଦବାଲିରେ ୧୫ ଡିଗ୍ରୀ, ପାରାଦୀପରେ ୧୫.୫ ଡିଗ୍ରୀ, ଗୋପାଳପୁର ୧୬ ଡିଗ୍ରୀ ଓ ପୁରୀରେ ସର୍ବନିମ୍ନ ତାପମାତ୍ରା ୧୭.୧ ଡିଗ୍ରୀ ରହିଛି।
Powered by Froala Editor