Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ...

  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ...

  • ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ...

  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ...

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ ...

  • ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ...

  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ...

  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ...

  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ...

  • ୫୨୬ କିଲୋଗ୍ରାମ ହେରୋଇନ ଓ ...

ରାଜ୍ୟ
Home ›› ରାଜ୍ୟ ››ନବୀନ ବାବୁ ବହୁତ ଧନୀ ଲୋକ, ଏ ସବୁ ଡ୍ରାମା: ଜୟନାରାୟଣ

ନବୀନ ବାବୁ ବହୁତ ଧନୀ ଲୋକ, ଏ ସବୁ ଡ୍ରାମା: ଜୟନାରାୟଣ

2025-12-14 10:23:15
15143
Share:
Facebook
Twitter
E-Mail
WhatsApp
Telegram
ନବୀନ ବାବୁ ବହୁତ ଧନୀ ଲୋକ, ଏ ସବୁ ଡ୍ରାମା: ଜୟନାରାୟଣ

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବା ସମ୍ପର୍କରେ ଶନିବାର ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ତେବେ ଏହାକୁ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ରବିବାର ନିଜର ପ୍ରତିକ୍ରିୟା ରଖିଛନ୍ତି ।
 ସେ କହିଛନ୍ତି ଯେ ନବୀନ ବାବୁ ବହୁତ ଧନୀ ଲୋକ, ଏ ସବୁ ଡ୍ରାମା । ଖଣି ଖାଦାନରେ ଅନେକ ଦୁର୍ନୀତି ହୋଇଛି । ଏହାର ତଦନ୍ତ ହେବା ଦରକାର । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି । ପ୍ରମିଳା ମଲ୍ଲିକ ଦରମା ବୃଦ୍ଧି ନେଇ ବାରମ୍ବାର ବିଧାନସଭାରେ ଦାବି କରିଛନ୍ତି । ପ୍ରମିଳାଙ୍କ ଦାବିକୁ ନବୀନ ବାବୁଙ୍କ ସମର୍ଥନ ରହିଥିଲା । ନବୀନ ବାବୁଙ୍କ ବାପା ଏକ ଟଙ୍କା ଦରମା ନେଉଥିଲେ । ଦଳ ପାଇଁ ଏହା ଲାଗୁ କରିଥିଲେ ଭଲ ହୋଇଥାନ୍ତା ବୋଲି ଜୟନାରାୟଣ କହିଛନ୍ତି ।

ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚିଠିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ମହାନତା ଦେଖାଇଛନ୍ତି । ରାଜ୍ୟରେ ଥିବା ଗରିବଙ୍କ କଥା ଚିନ୍ତା କରିଛନ୍ତି ନବୀନ । ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବେ । ଗରିବ ଲୋକଙ୍କ ବିକାଶ ପାଇଁ ମୋ ଦରମା ଖର୍ଚ୍ଚ ହେଉ ବୋଲି କହିଛନ୍ତି ନବୀନ । ଗରିବମାନଙ୍କୁ କିଛି ଆର୍ଥିକ ସହାୟତା ମିଳ‌ିଲେ ସେ ଖୁସି ହେବେ ବୋଲି ଚିଠିରେ ଦର୍ଶାଇଛନ୍ତି । ଚିଠି ଲେଖି ବର୍ଦ୍ଧିତ ଦରମା ନନେବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି ବିଜେଡି ସଭାପତି ।
ନବୀନ ଚିଠିରେ ଲେଖିଛନ୍ତି, "ଦୀର୍ଘ ୨୫ ବର୍ଷ ଧରି ମୁଁ ରାଜ୍ୟବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ପାଇ ଆସିଛି । ସେଥିପାଇଁ ମୁଁ ରାଜ୍ୟବାସୀଙ୍କ ପାଖରେ ଋଣୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ଓଡ଼ିଶାବାସୀଙ୍କର ଅକୁଣ୍ଠିତ ସମର୍ଥନ ପାଇଥିଲେ । ୨୦୧୫ରୁ କଟକ ସ୍ଥିତ ପୈତୃକ ଘର ଆନନ୍ଦ ଭବନକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ଏବେ ବର୍ଦ୍ଧିତ ଦରମାକୁ ମୁଁ ରାଜ୍ୟର ଗରିବ ଓ ଦୀନ ଦୁଃଖିଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି ।"ରାଜ୍ୟର ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କର ଦୀର୍ଘ ଦିନର ଦାବିକୁ ଶୀତକାଳୀନ ଅଧିବେଶନରେ ପୂରଣ କରିଛନ୍ତି ମୋହନ ସରକାର । ସେମାନଙ୍କ ଦରମା‌ ଓ ଭତ୍ତା ବୃଦ୍ଧି କରାଯାଇଛି । ଦରମା ଓ ଭତ୍ତା ଅଢ଼େଇ ଗୁଣରୁ ଅଧିକ ବଢ଼ିଛି । ତିନିଟି ପୃଥକ ବିଲ୍ ବିଧାନସଭାରେ ପାରିତ ହୋଇଛି । ୨୦୨୪ ଜୁନ ମାସରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ ବୋଲି ଘୋଷଣା ହୋଇଛି । ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ବାଭାବିକ ଭାବେ ବୃଦ୍ଧି ହେବ ବୋଲି କୁହାଯାଇଛି । ଏଥିପାଇଁ ଆଉ ବିଧାନସଭାରେ ବିଲ୍ ଆଣିବାକୁ ପଡ଼ିବ ନାହିଁ ବୋଲି ମଧ୍ୟ କୁହାଯାଇଛି ।
୨୦୧୭ ମସିହାରେ ସଂ‌ଶୋଧିତ ହୋଇ ଓଡିଶାରେ ବିଧାୟକଙ୍କ ମୂଳ ଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ମିଳୁଥିଲା । ତେବେ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ପାଉଥିଲେ । ବର୍ତ୍ତମାନ ସଂଶୋଧନ କରାଯାଇ ମୂଳ ଦରମାକୁ ମାସିକ ୯୦ ହଜାର ଟଙ୍କା କରାଯାଇଛି । ଅନ୍ୟାନ୍ୟ ଭତ୍ତା ମିଶାଇଲେ ମାସିକ ୩.୪୫ ଲକ୍ଷ ଟଙ୍କା ମିଳିବ । ଏହାବାଦ ବିଧାନସଭା ଅଧିବେଶନ ଓ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେବା ପାଇଁ ସିଟିଂ ଆଲାଉନ୍ସ ମଧ୍ୟ ପାଇବେ । ନିର୍ବାଚନମଣ୍ଡଳୀ ଭତ୍ତା ୭୫ ହଜାର, ଯାତାୟାତ ଭତ୍ତା ୫୦ ହଜାର, ପତ୍ରପତ୍ରିକା ଭତ୍ତା ୧୦ ହଜାର, ବିଦ୍ୟୁତ ବିଲ ୨୦ ହଜାର, ବ୍ୟକ୍ତିଗତ ଗସ୍ତ ଭତ୍ତା ୫୦ ହଜାର, ଚିକିତ୍ସା ଭତ୍ତା ୩୫ ହଜାର ଓ ଟେଲିଫୋନ ଭତ୍ତା ୧୫ ହଜାର ହୋଇଛି ।ମୁଖ୍ୟମନ୍ତ୍ରୀଙ୍କ ମୂଳ ଦରମା ୪୧ ହଜାରରୁ ବଢ଼ି ୧ ଲକ୍ଷ ଟଙ୍କା ହୋଇଛି । ଅନ୍ୟାନ୍ୟ ଭତ୍ତା‌ ମିଶାଇଲେ ମୁଖ୍ୟମନ୍ତ୍ରୀ ମାସିକ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା ପାଇବେ । ସେହିପରି କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ମୂଳ ଦରମା ଯଥାକ୍ରମେ ୯୬ ହଜାର ଓ ୯୪ ହଜାର ଟଙ୍କା ହୋଇଛି । ଭତ୍ତା ମିଶାଇଲେ ସେମାନେ ମାସକୁ ପ୍ରାୟ ୩ ଲକ୍ଷ ୬୦ ହଜାର ଟଙ୍କା ପାଇବେ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ବୈଠକ ପାଇଁ ଅତିରିକ୍ତ ସିଟିଂ ଆଲାଉନ୍ସ ପାଇବେ ।ବାଚସ୍ପତି ଓ ଉପବାଚସ୍ପତି ଦରମା ଓ ଭତ୍ତା ବାବଦକୁ ପାଖାପାଖି ୩ ଲକ୍ଷ ୬୦ ହଜାର ଟଙ୍କା ପାଇବେ । ପୂର୍ବତନ ବିଧାୟକମାନଙ୍କ ମାସିକ ପେନସନ ରାଶି ବି ବୃଦ୍ଧି କରାଯାଇଛି । ସେମାନଙ୍କ ମାସିକ ମୂଳ ପେନ୍‌ସନ ୩୦ ହଜାର ଟଙ୍କାରୁ ବଢ଼ି ୮୦ ହଜାର ଟଙ୍କା ହୋଇଛି । ୫ ବର୍ଷରୁ ଅଧିକ ସମୟ ବିଧାୟକମାନେ ଭାବେ ନିର୍ବାଚିତ ହୋଇଥିଲେ ପ୍ରତି ଅତିରିକ୍ତ ବର୍ଷ ପାଇଁ ବାର୍ଷିକ ୩ ହଜାର ଟଙ୍କା ଲେଖାଏଁ ‌ଅଧିକ ପେନସନ ମିଳିବ । ସେମାନଙ୍କ ଚିକିତ୍ସା ଭତ୍ତା ବାବଦରେ ମାସିକ ୨୫ ହଜାର ମିଳିବ । ପ୍ରଥମ ଥର ପାଇଁ ପୂର୍ବତନ ବିଧାୟକଙ୍କୁ ମାସିକ ଗସ୍ତ ଖର୍ଚ୍ଚ ବାବଦରେ ୧୨,୫୦୦ ଟଙ୍କା ମିଳିବ ।

Powered by Froala Editor

Tags Jayanarayan mishra

Related articles Odisha News Lens 4.1

  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ
    ଦେଶ-ଦେଶାନ୍ତର

    ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ

    15827
    Oct 01, 2026
  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ
    ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15305
    Sep 30, 2026
  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ
    ଦେଶ-ଦେଶାନ୍ତର

    ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ

    15124
    Oct 01, 2026
  • ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ...
    ଦେଶ-ଦେଶାନ୍ତର

    ରାଜଘାଟରେ ଗାନ୍ଧୀ ସମାଧିରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ...

    14255
    Oct 02, 2026
  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ
    ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ

    14677
    Oct 01, 2026
  •  ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...
    ଦେଶ-ଦେଶାନ୍ତର

    ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...

    15603
    Oct 01, 2026
  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି
    ଦେଶ-ଦେଶାନ୍ତର

    ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି

    15371
    Oct 01, 2026
  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍
    ଦେଶ-ଦେଶାନ୍ତର

    ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍

    14245
    Oct 02, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ...

    15014
    Oct 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15305
    Sep 30, 2026
  • ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15014
    Oct 01, 2026
  • ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ

    14677
    Oct 01, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17145
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17833
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17797
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18212
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15366
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14039
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15779
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15345
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14720
    Sep 18, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

ସ୍ଥାପିତ ୬ଟି ଡିଜିଟାଲ ଶ୍ରେଣୀଗୃହରେ ୫୬୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି

ଭୁବନେଶ୍ୱର: ଶିକ୍ଷା ସେତେବେଳେ ଅଧିକ ଅର୍ଥପୂର୍ଣ୍ଣ ହୋଇଯାଏ ଯେତେବେଳେ ଛାତ୍ରମାନେ ସଠିକ୍ ଉପକରଣ ଏବଂ ସମ୍ବଳ ପାଇଥ ...

  • ଭାରତରେ ‘Apple Pay’ ପ୍ରବେଶ

    14817
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14393
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14341
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15958
    Sep 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍

    14245
    Oct 02, 2026
  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15305
    Sep 30, 2026
  • ଘଟଣା ସମୟରେ ସେ ମନେ ମନେ ହନୁମାନ ଚାଳିଶା ପାଠ କରୁଥିଲେ ସ୍ମିତ

    14781
    Oct 02, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In