‘ଭି. ଶାନ୍ତାରାମ’ ବାୟୋପିକ୍ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା
ଭି. ଶାନ୍ତାରାମଙ୍କ ଜୀବନ ଉପରେ ଆଧାରିତ ବାୟୋଗ୍ରାଫିକ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ତମନ୍ନା ଭାଟିଆ । ସେ ଶାନ୍ତାରାମଙ୍କ ପତ୍ନୀ ତଥା ପ୍ରସିଦ୍ଧ ଅଭିନେତ୍ରୀ ଜୟଶ୍ରୀଙ୍କ ଭୂମିକାରେ ପରଦାକୁ ଆସିବେ । ଏଥିରେ ସିଦ୍ଧାନ୍ତ ଚତୁର୍ବେଦୀ ଶାନ୍ତାରାମ ଭୂମିକାରେ ଅଭିନୟ କରିଛନ୍ତି ।
ଶାନ୍ତାରାମ ଭାରତୀୟ ସିନେମାର ଜଣେ ପ୍ରସିଦ୍ଧ ଫିଲ୍ମ ନିର୍ମାତା, ସମାଜ ସଂସ୍କାରକ ଓ କଳାକାର ଥିଲେ । ଜୟଶ୍ରୀ ଭାରତୀୟ ସିନେମାର ଜଣେ ଜଣାଶୁଣା ଅଭିନେତ୍ରୀ ଓ ଗାୟିକା ଥିଲେ । ସେ ଗୁଜରାଟ ଥିଏଟରରୁ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ପରେ ଫିଲ୍ମ ଦୁନିଆକୁ ଆସିଥିଲେ । ସେ ଭି. ଶାନ୍ତାରାମଙ୍କ ନିର୍ଦ୍ଦେଶିତ ଫିଲ୍ମ ଶକୁନ୍ତଳା, ଡ. କୋଟନିସ୍ କି ଅମର କାହାନୀ, ଦହେଜ୍ ଓ ପରଛାଇୟାଁରେ କାମ କରିଥିଲେ ।
ମଙ୍ଗଳବାର ଭି. ଶାନ୍ତାରାମ ଫିଲ୍ମର ନୂଆ ପୋଷ୍ଟର ସାମ୍ନାକୁ ଆସିଛି, ଯେଉଁଥିରେ ତମନ୍ନା ଗୋଲାପି ଶାଢ଼ି ପିନ୍ଧିଛନ୍ତି । ତମନ୍ନା ନିଜ ଚରିତ୍ର ବିଷୟରେ କହିଛନ୍ତି, ଏହାକୁ ପରଦାରେ ନିର୍ବାହ କରିବା ଏକ ବଡ଼ ଦାୟିତ୍ୱ । ଜୟଶ୍ରୀ ସେ ସମୟର ଜଣେ ପ୍ରଖ୍ୟାତ ବ୍ୟକ୍ତିତ୍ୱ ଥିଲେ । ସେ ନିଜ କାମରେ ଯେମିତି ଶାଳୀନତା ଓ ଗରିମା ପ୍ରଦର୍ଶନ କରିଥିଲେ, ତାହା ପ୍ରେରଣାପ୍ରଦ ।
Powered by Froala Editor