ଷ୍ଟାଇଲିଶ୍ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍ ଖାନ୍
ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୬୦ ବର୍ଷୀୟ ସୁପରଷ୍ଟାର କିଙ୍ଗ୍ ଖାନ୍ ଚଳିତବର୍ଷ ଆୟୋଜିତ ମେଟ୍ ଗାଲାରେ ନଜର ଆସିଥିବାରୁ ତାଙ୍କୁ ଏହି ସ୍ବୀକୃତି ପ୍ରଦାନ କରାଯାଇଛି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ ସର୍ବିନା କାର୍ପେଣ୍ଟର, ଦୋଏଚି, ଭିଭିଆନ୍ ଓ୍ବିଲ୍ସନ, ନିକୋଲେ ସ୍କେର୍ଜିଙ୍ଗର, ଓ୍ବାଲ୍ଟନ ଗୋଗିନ୍ସ, ଜେନିଫର ଲରେନ୍ସ, ଶାଇଗିଲ୍ଗେଅସ୍-ଆଲେକ୍ଜାଣ୍ଡାର, କୋଲେ ଏସ୍କୋଲା ଏବଂ ନୋଆହ ଓ୍ବିଲେ ପ୍ରମୁଖ ସେଲିବ୍ରିଟି ରହିଥିବାବେଳେ ଭାରତରୁ କେବଳ ଶାହରୁଖ୍ ସ୍ଥାନ ପାଇଛନ୍ତି।
ତେବେ ଶାହରୁଖଙ୍କ ନାଁ ରିୟଲ ଇଷ୍ଟେଟ୍ରେ ମଧ୍ୟ ଧୁମ୍ ମଚାଇଛି । ଦୁବାଇର ରିୟଲ ଇଷ୍ଟେଟ୍ କମ୍ପାନି ଡାନ୍ୟୁବ ପ୍ରପର୍ଟିଜ୍ ମଙ୍ଗଳବାର ନିଜର ନୂଆ କମର୍ସିଆଲ ପ୍ରୋଜେକ୍ଟ ଲଞ୍ଚ୍ କରିଛି । ଯାହାର ନାଁ ଶାହରୁଖ୍ ବାୟ ଡାନ୍ୟୁବ । ପ୍ରଥମ ଦିନ କମ୍ପାନି ପ୍ରୋଜେକ୍ଟର ସମସ୍ତ ୟୁନିଟ୍ ବିକ୍ରି ହୋଇଛି । ଏହି ପ୍ରୋଜେକ୍ଟରୁ ଡାନ୍ୟୁବ ପ୍ରପର୍ଟିଜ୍କୁ ୫ ହଜାର କୋଟିରୁ ଅଧିକ ଆୟର ଆଶା ରହିଛି ।
Powered by Froala Editor