ବକ୍ସ ଅଫିସରେ "ଧୁରନ୍ଧର" ଧମାଲ : ୬ଦିନରେ ୧୮୦କୋଟି ପାର୍
ବଲିଉଡ ଷ୍ଟାର ରଣବୀର ସିଂହଙ୍କ ଫିଲ୍ମ "ଧୁରନ୍ଧର" ବକ୍ସ ଅଫିସରେ ଧମାଲ କରିବାରେ ଲାଗିଛି। ରିଲିଜ୍ ହେବା ପରଠାରୁ ଫିଲ୍ମର ଚରିତ୍ର, ଗୀତ ଓ କାହାଣୀର ପ୍ରଶଂସା ଚାରିଆଡ଼େ। ମୁକ୍ତିଲାଭର ୬ଦିନ ପରେ, ଫିଲ୍ମଟି ୧୮୦କୋଟି ପାର୍ କରିସାରିଛି।
"ଧୁରନ୍ଧର"ର କାହାଣୀ, ଆକ୍ସନ୍ ଏବଂ କ୍ୟାରେକ୍ଟଗୁଡ଼ିକ ଦର୍ଶକଙ୍କୁ ସମ୍ପୂର୍ଣ୍ଣ ମନୋରଞ୍ଜନ କରୁଛି।ତେବେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରୀଲରରେ ରଣବୀର ସିଂ, ଅକ୍ଷୟ ଖନ୍ନା, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର. ମାଧବନଙ୍କ ଭଳି ପ୍ରମୁଖ କଳାକାର ଅଛନ୍ତି । ସମସ୍ତ ଚରିତ୍ର ଓ କାହାଣୀ ଦର୍ଶକଙ୍କ ମନକୁ ଛୁଇଁଛି ।
ଶୁକ୍ରବାର ଦିନ ଏହି ସ୍ପାଏ-ଥ୍ରିଲରଟି ରିଲିଜ୍ ହୋଇଥିବା ବେଳେ ୨୮ କୋଟି ଟଙ୍କାରୁ ଫିଲ୍ମର ଆୟ ଆରମ୍ଭ ହୋଇଥିଲା। ଶନିବାର ଦିନ ଏହା ୩୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ରବିବାର ଦିନ ଫିଲ୍ମଟି ୪୩ କୋଟି ଟଙ୍କା ଆୟ କରିଥିଲା। ସୋମବାର ଫିଲ୍ମଟି ୨୩.୨୫ କୋଟି ଟଙ୍କା ଆୟ କରିଥିବା ବେଳେ ମଙ୍ଗଳବାର ଦିନ ଏହା ୨୭ କୋଟି ଟଙ୍କା ଏବଂ ବୁଧବାର ଦିନ ୨୬.୫୦ କୋଟି ଟଙ୍କା ରୋଜଗାର କରିଥିଲା। ଛଅ ଦିନର ମୋଟ ଆୟ ଏବେ ୧୮୦ କୋଟି ଟଙ୍କାରେ ପହଞ୍ଚିଛି।
ପ୍ରକାଶ ଥାଉକି, ରଣଭୀର ସିଂଙ୍କ ତାଙ୍କ କ୍ୟାରିୟରରେ ସବୁଠାରୁ ବଡ଼ ଓପନିଂ ଫିଲ୍ମ 'ଧୁରନ୍ଧର' । ଏହା ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପାଇଁ ମଧ୍ୟ ସମାନ ସ୍ୱତନ୍ତ୍ର। କାରଣ ଏହା ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ତାଙ୍କର ଦ୍ୱିତୀୟ ଫିଲ୍ମ ।
Powered by Froala Editor