ପଥର ଖଣିରୁ ୪୦୦୦ କିଲୋ ବିସ୍ଫୋରକ ଲୁଟ୍ ଘଟଣା, ଏନଆଇଏ ଦାଖଲ କଲା ଚାର୍ଜସିଟ୍
ଭୁବନେଶ୍ଵର, : ରାଉରକେଲା ବାଙ୍କୋ ପଥର ଖଣିରୁ ୪୦୦୦ କିଲୋ ବିସ୍ଫୋରକ ଲୁଟ୍ ଘଟଣା। ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ। ଏହି ମାମଲାରେ ହଜାରେ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ ହୋଇଛି। ଏବେବି ଏନଆଇଏ ଅଧିକ ତଦନ୍ତ ଜାରି ରଖିଛି।
ସୂଚନାନୁଯାୟୀ, ମେ ୨୭ ତାରିଖରେ ସୁନ୍ଦରଗଡ଼ ITMA ବାରୁଦ ଗୋଡମରୁ ବାଙ୍କୋ ପଥର ଖଣିକୁ ଯିବା ରାସ୍ତାରେ ୧୦ ରୁ ୧୫ ଜଣ ଶସସ୍ତ୍ର ମାଓବାଦୀ ଲୁଟ୍ କରିଥିଲେ। ପ୍ରାୟ ୪୦୦ କିଲୋର ବିସ୍ଫୋରକ ଲୁଟି ନେଇଥିଲେ। ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ସମେତ ସାରା ଦେଶରେ ହାଇଆଲର୍ଟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାର ତଦନ୍ତ ଭାର ଦେଶର ଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାରେ ତଦନ୍ତ କରି ଏନଆଇଏ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।
Powered by Froala Editor