ନିଶାଙ୍କ ପାଇଁ ଅଧାରୁ ବନ୍ଦ ହେଲା ଯାତ୍ରା
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଯାତ୍ରା ପରିବେଷଣ ବେଳେ ନିଶା ମହାରଣାଙ୍କ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଷ୍ଟେଜ ଉପରକୁ ନିଶା ମହାରଣାଙ୍କୁ ଅନୁମତି ନ ଦିଆଯିବାରୁ ଭଙ୍ଗାରୁଜା ହୋଇଥିଲା । ପେଣ୍ଡାଲ ଉପରକୁ ଚେୟାର ଫୋପାଡ଼ିଲେ ଦର୍ଶକ। ଦର୍ଶକଙ୍କ ତୁମୁଳ କାଣ୍ଡ ପରେ ଅଧାରୁ ବନ୍ଦ ହୋଇଗଲା ଅପେରା।
ସୂଚନା ମୁତାବକ, କୋରାପୁଟ ଲକ୍ଷ୍ମୀପୁରରେ ଅଷ୍ଟଶମ୍ଭୁ ଅପେରାରେ ଅଭିନେତ୍ରୀ ନିଶା ମହାରଣା ଯୋଗ ଦେବେ ବୋଲି ପୂର୍ବରୁ ଯାତ୍ରା କମିଟି ଘୋଷଣା କରିଥିଲା । ହେଲେ ସ୍ଥାନୀୟ ପୁଲିସ ପ୍ରଶାସନ କିନ୍ତୁ ନିଶା ମହାରଣାଙ୍କୁ ଯାତ୍ରା ପେଣ୍ଡାଲକୁ ଛାଡ଼ି ନଥିଲା । ଯାହାକୁ ନେଇ ତାତିଥିଲେ ଦର୍ଶକ ।
ନିଶା ମହାରଣା ଲକ୍ଷ୍ମୀପୁରରେ ଉପସ୍ଥିତ ଥିଲେ ମଧ୍ୟ ଯାତ୍ରା ପେଣ୍ଡାଲକୁ ଆସିପାରିନଥିଲେ। ପୁଲିସ ଯାତ୍ରା ପେଣ୍ଡାଲକୁ ନିଶା ମହାରଣାଙ୍କୁ ଛାଡି ନଥିଲା। ରାତି ଦୁଇଟାରେ ନାଟକ ଆରମ୍ଭ ହେବା ମାତ୍ରେ ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଚେୟାର ଫୋଫାଡ଼ିବା, ଭାଙ୍ଗିବା ସହ ବିଭିନ୍ନ ସାମଗ୍ରୀ ଭଂଗାରୁଜା କରିଥିଲେ। ଅଧାରୁ ବନ୍ଦ ହୋଇଗଲା ଅପେରା।ଲକ୍ଷ୍ମୀପୁରରେ ଅଷ୍ଟଶମ୍ଭୁ ଅପେରା ପକ୍ଷରୁ ଯାତ୍ରା ପରିବେଷଣ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
Powered by Froala Editor