ଜାପାନରେ ବଡ଼ ଭୂମିକମ୍ପ, ସୁନାମି ସତର୍କତା ଜାରି
ସୋମବାର ରାତିରେ ଜାପାନରେ ବଡ଼ ଧରଣର ଭୂମିକମ୍ପ ଆସିଛି । ଜାପାନର ପାଣିପାଗ ବିଭାଗ ମୁତାବିକ , ସୋମବାର ( ୮ ଡିସେମ୍ୱର) ସମୁଦ୍ର ଉପକୂଳ ନିକଟରେ ୭.୬ ତୀବ୍ରତାର ଭୂକମ୍ପ ଆସିବା ପରେ ଜାପାନାର ପୂର୍ବ ଉପକୂଳର କିଛି ଭାଗ ପାଇଁ ସୁନାମୀର ଚେତାବନୀ ଜାରି କରାଯାଇଛି। ୟୁନାଇଟେଡ୍ ଷ୍ଟେଟ୍ସ୍ ଜିୟୋଲଜିକାଲ ସର୍ଭେ (ୟୁଏସଜିଏସ) କହିଛି ଯେ, ଭୂକମ୍ପ ଲୋକଲ ଟାଇମ୍ର ହିସାବରେ ରାତି ୧୧.୧୫ ଟା ସମୟ (ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୪୫ )ଦେଶର ଉତ୍ତର ଉପକୂଳରୁ ପାଖାପାଖି ୪୪ ମାଇଲ (୭୦ କି.ମି) ଦୂର ଏବଂ ପାଖାପାଖି ୩୩ ମାଇଲର ଗଭୀରତାରେ ଆସିଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି ।
ଜାପାନର ଉତ୍ତର-ପୂର୍ବ ଉପକୂଳ ପାଇଁ ୩ ମିଟର ପର୍ଯ୍ୟନ୍ତ ସୁନାମି ଆସିପାରେ ବୋଲି ସତର୍କତା ଜାରି କରାଯାଇଛି। କର୍ତ୍ତୃପକ୍ଷ ଉପକୂଳବାସୀଙ୍କୁ ତୁରନ୍ତ ଉଚ୍ଚ ଭୂମିକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ହୋକ୍କାଇଡୋ, ଆଓମୋରି ଏବଂ ଇୱାଟେ ପ୍ରାନ୍ତ ପାଇଁ ଏହି ଚେତାବନୀ ଜାରି କରାଯାଇଛି, ଯେଉଁଠାରେ ବିପଦ ସର୍ବାଧିକ। ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ରକୂଳ ବୋଲି ରିପୋର୍ଟ କରାଯାଇଛି, କିନ୍ତୁ ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ଆସିପାରିବେ।
ଜେଏମଏ କହିଛି ଯେ ସମୁଦ୍ର ଅଶାନ୍ତ ଅଛି ଓ ଖୁବଶୀଘ୍ର ସୁନାମୀ ଆସିପାରେ। ଉତ୍ତର ଏବଂ ପୂର୍ବ ଜାପାନର ବହୁ ସ୍ଥାନରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଜେନ୍ସି ଲୋକମାନଙ୍କୁ ବେଳାଭୂମିରୁ ଦୂରେଇ ରହିବା ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିବେଦନ କରିଛି।
Powered by Froala Editor