ବିଧାନସଭାରେ ଉଠିଲା ମାଲକାନଗିରିରେ ବଙ୍ଗାଳି-ଆଦିବାସୀ ଦୁଇ ଗୋଷ୍ଠୀ ମୁହାଁମୁହିଁ ଓ ଘର ଜାଳିବା ପ୍ରସଙ୍ଗ
ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ବଙ୍ଗାଳି-ଆଦିବାସୀ ଦୁଇ ଗୋଷ୍ଠୀ ମୁହାଁମୁହିଁ ଓ ଘର ଜାଳିବା ପ୍ରସଙ୍ଗ । ବିଜେଡି ବିଧାୟକ ପ୍ରତାପ ଦେବ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ମାଲକାନଗିରିର ଅଘଟଣ ବିଷୟରେ ଗୃହ ବିଭାଗ ଜାଣି ନପାରିବା ଦୁର୍ଭାଗ୍ୟଜନକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଖବରକାଗଜରେ ବାହାରିଛି, କିନ୍ତୁ ଘଟଣା ଦୁଇ ଦିନ ତଳର । ଗୃହ ବିଭାଗ ଓ ଗୁଇନ୍ଦା ବିଭାଗ ଶୋଇଥିଲେ କି ?
ବିଜେଡି ବିଧାୟକ ବିଧାନସଭା ଶୂନ୍ୟକାଳରେ ସରକାରୀ ଦଳକୁ ପ୍ରଶ୍ନ ଘେରରେ ବାନ୍ଧିବା ସହିତ ୫୦ ଘର ପୋଡ଼ିଲା, ଦୁଇ ଗୋଷ୍ଠୀ ଭିତରେ ବିବାଦ କେମିତି ଏବଂ ପୋଲିସ କେମିତି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତେବେ ମାଲକାନାଗିରି ଆଇନଶୃଙ୍ଖଳା କ୍ଷେତ୍ରରେ ସମ୍ବେଦନଶୀଳ ଜିଲ୍ଲା । ସେଠାରେ ଏଭଳି ଘଟଣା ଘଟିବା ଦର୍ଶାଉଛି ଯେ, ଆଇନଶୃଙ୍ଖଳା ନିୟନ୍ତ୍ରଣରେ ସରକାର ବିଫଳ । ତତକ୍ଷଣାତ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେଡି ବିଧାୟକ ଦାବି କରିଛନ୍ତି ।
Powered by Froala Editor