ବିବାହ ଭାଙ୍ଗିଲା…ଇନ୍ଷ୍ଟାରେ ପରସ୍ପରକୁ ଅନ୍ଫଲୋ କଲେ ପଲାଶ-ସ୍ମୃତି
ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଯାଇଛି। ପଲାଶ ମୁଚ୍ଛଲଙ୍କ ସହିତ ତାଙ୍କ ସମ୍ପର୍କ ଶେଷ ହୋଇଛି ବୋଲି ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି ମନ୍ଧାନା। ଏହା ପରେ ସେମାନେ ଇନ୍ଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ ମଧ୍ୟ କରିଛନ୍ତି। ସ୍ମୃତି ଉଭୟ ପରିବାରର ଗୋପନୀୟତା ପାଇଁ ଆବେଦନ କରିଛନ୍ତି। ଏହି ସମୟରେ ପଲାଶ ମଧ୍ୟ ଏକ ଅଫିସିଆଲି ବିବୃତ୍ତି ଜାରି କରି ଏହାକୁ ତାଙ୍କ ପାଇଁ ଏକ କଷ୍ଟକର ସମୟ ବୋଲି ବର୍ଣ୍ଣନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ସେ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଗତ କିଛି ସପ୍ତାହ ହେବ ତାଙ୍କ ଜୀବନକୁ ନେଇ ଅନେକ ପ୍ରକାର ଆଲୋଚନା ହେଉଛି। ସେ ନିଜ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ସ୍ତରରେ ହିଁ ସୀମିତ ରକିବାକୁ ଚାହୁଁଛନ୍ତି। କିନ୍ତୁ ବର୍ତ୍ତମାନ ଏସବୁ କହିବା ଜରୁରୀ ଯେ, ତାଙ୍କ ବିବାହ ରଦ୍ଦ ହୋଇଯାଇଛି। ଏହି ପ୍ରସଙ୍ଗ ଏହିଠାରେ ଶେଷ ହେଉ ବୋଲି ସେ ଚାହୁଁଛନ୍ତି। ଦୁଇ ପରିବାରର ବ୍ୟକ୍ତିଗତ ପ୍ରସଙ୍ଗକୁ ଆପଣମାନେ ସମ୍ମାନ ଦିଅନ୍ତୁ ଏବଂ ଆମକୁ ଏହି ପରିସ୍ଥିତିରୁ ବାହାରି ସ୍ବାଭାବିକ ଅବସ୍ଥାକୁ ଫେରିବା ଲାଗି ସମୟ ଦିଅନ୍ତୁ। ଯାହାଫଳରେ ସେ ଆଗକୁ ବଢ଼ିପାରିବେ। ମନ୍ଧାନା ନିଜ କ୍ୟାରିଅରକୁ ନିଜର ପ୍ରାଥମିକତା ବୋଲି ଦର୍ଶାଇଛନ୍ତି।
ପଲାଶ ଏବଂ ସ୍ମୃତି ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଅଫିସିଆଲି ବିବୃତ୍ତି ପ୍ରକାଶ କରିଛନ୍ତି। ବିବୃତ୍ତିରେ ଉଭୟ ସେଲିବ୍ରିଟି ସେମାନଙ୍କ ବିବାହ ଭାଙ୍ଗିଯିବା ଘୋଷଣା କରିଛନ୍ତି ଏବଂ ନିଜ ଜୀବନରେ ଆଗକୁ ବଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ବିବୃତ୍ତି ପରେ ପଲାଶ ଏବଂ ସ୍ମୃତିଙ୍କ ଇନ୍ଷ୍ଟାଗ୍ରାମ ଫଲୋଅର୍ସ ତାଲିକା ଯାଞ୍ଚ କରିବାରୁ ପଲାଶ କିମ୍ବା ସ୍ମୃତି କେହି କାହାକୁ ଫଲୋ କରି ନାହାନ୍ତି। ଏହା ସ୍ପଷ୍ଟ ଯେ, ବିବାହ ଭାଙ୍ଗିଯିବା ନିଶ୍ଚିତ ହେବା ମାତ୍ରେ ଉଭୟ ସେଲିବ୍ରିଟି ପରସ୍ପରକୁ ଅନଫଲୋ କରିଦେଇଛନ୍ତି।
Powered by Froala Editor