ପାରଦ ତଳମୁହାଁ, ଥଣ୍ଡାର ସହର ଘୁ.ଉଦୟଗିରି
ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । ଶୀତ ଲହରିରେ ପୂରା ଓଡ଼ିଶା ଥରିବ । ପାଣିପାଗ ବିଭାଗ(ଆଇଏମଡି) ଏହି ଆକଳନ କରିଛି । ରବିବାର ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୯ ଡିଗ୍ରୀ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ।
ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ମାସ ଆରମ୍ଭରେ ଶୀତ ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ତଳ ମୁହାଁ ହେବା ଆଶଙ୍କା କରିଛି ପାଣିପାଗ ବିଭାଗ।
ଶୁକ୍ରବାର ଜି.ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ରହିଥିଲା । ଏଠାରେ ପାରଦ ୫.୬ ଡିଗ୍ରୀ ରହିଥିଲା । ଘନ କୁହୁଡ଼ି ଯୋଗୁ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା । କୋରାପୁଟ ଓ ଫୁଲବାଣୀରେ ୧୦୦ ମିଟରରୁ କମ୍ ରହିଥିଲା ।
ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୮ଡିଗ୍ରୀ, ରାଉରକେଲାରେ ୮.୧, ଫୁଲବାଣୀରେ ୮.୫, କେନ୍ଦୁଝରରେ ୯.୪, ଅନୁଗୁଳରେ ୯.୮, ଭବାନୀପାଟଣାରେ ୧୦.୮, ସୁନ୍ଦରଗଡ଼ରେ ୧୦.୬, ବୌଦ୍ଧ ଓ ଢେଙ୍କାନାଳରେ ୧୧.୯, କଟକ ଓ ସୋନପୁରରେ ୧୨.୪, ଭୁବନେଶ୍ୱର ଓ ନବରଙ୍ଗପୁରରେ ୧୩, ବାଲେଶ୍ୱରରେ ୧୩.୧, ଟିଟିଲାଗଡ଼ ଓ ମାଲକାନଗିରିରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି ।
ଲଘୁଚାପ, ଘୂର୍ଣ୍ଣିବଳୟ ଯୋଗୁ ବର୍ଷା ଏବଂ ପରବର୍ତ୍ତୀ ସମୟରେ ପାଗ ମେଘୁଆ କାରଣରୁ ଏକ ସପ୍ତାହ ହେଲା ଶୀତ କମିଯାଇ ଥିବା ବେଳେ କାଲି ଠାରୁ ହଠାତ ଅନୁଭୂତ ହୋଇଛି ଶୀତ।
Powered by Froala Editor