ଲୋକସଭାରେ ବନ୍ଦେ ମାତରମ୍ ଉପରେ ଆଲୋଚନା ଓ ବିତର୍କ କରିବେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀ ଉପରେ ବିତର୍କ କରିବେ । ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ମଙ୍ଗଳବାର ରାଜ୍ୟସଭାରେ ଆଲୋଚନା କରିବେ ।
ଆସନ୍ତାକାଲି ଲୋକସଭାରେ ଜାତୀୟ ଗୀତ ବନ୍ଦେ ମାତରମ୍ ର ୧୫୦ତମ ବାର୍ଷିକୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା ଓ ବିତର୍କ କରିବା ପାଇଁ ୧୦ ଘଣ୍ଟା ସମୟ ଧାର୍ୟ୍ୟ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ପରେ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖିବେ । ବିରୋଧୀଦଳ ପକ୍ଷରୁ ଆଲୋଚନାରେ ଭାଗ ନେବା ପାଇଁ ଉପନେତା ଗୌରବ ଗୋଗୋଇ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚୟନ କରାଇଯାଇଛି ।
Powered by Froala Editor