ସରକାର ସ୍ଥିର କଲେ ବିମାନ ଭଡ଼ା
ଇଣ୍ଡିଗୋ ବିମାନ ସଙ୍କଟ ପରେ ସାରା ଦେଶରେ ବିମାନ ଟିକେଟ ଦର ବଢିଚାଲିଛି। ଯେଉଁ ଟିକେଟ ଦର ସପ୍ତାହେ ତଳେ ୭ ହଜାର ଥିଲା ସେହି ଟିକେଟ ଦର ଏବେ ଅହେତୁକ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଲୋକେ ଉଚ୍ଚା ଦରରେ ଟିକେଟ କିଣି ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି।
ସେପଟେ ଇଣ୍ଡିଗୋ ସମସ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପୂର୍ଣ୍ଣ ସମସ୍ୟାର ବିବରଣୀ ଦିଆଯାଇଛି । ଇଣ୍ଡିଗୋ ସିଇଓ ସହ ଯୋଗାଯୋଗ କରିଛି PMO। ବିମାନ ଉଡ଼ାଣ କମ୍ପାନୀ ଉପରେ ମନ୍ତ୍ରାଳୟ ଲଗାଇଛି ରୋକ୍ । ୫ ଶହ କିମି ଭିତରେ ବିମାନ ଭଡ଼ା ୭ ହଜାର ୫ ଶହ ଟପିବନି । ଦେଶ ଭିତରେ ସର୍ବାଧିକ ଦୂରତା ଭଡ଼ା ୧୮ ହଜାର ଟପିବନି । ଏହା ବ୍ୟତୀତ ୫୦୦ ରୁ ୧୦୦୦ କିଲୋମିଟର ଯାତ୍ରା ପାଇଁ ସର୍ବାଧିକ ଭଡ଼ା ୧୨,୦୦୦ ଟଙ୍କା ଏବଂ ୧୦୦୦ ରୁ ୧୫୦୦ କିଲୋମିଟର ଯାତ୍ରା ପାଇଁ ସର୍ବାଧିକ ଭଡ଼ା ୧୫,୦୦୦ ଟଙ୍କା ସ୍ଥିର କରାଯାଇଛି ।
ଭାରତର ସବୁଠାରୁ ବଡ଼ ବିମାନ କମ୍ପାନୀ ଇଣ୍ଡିଗୋ ଗତ ୫ ଦିନ ଧରି ଏକ ଭୟଙ୍କର ପରିଚାଳନାଗତ ସଙ୍କଟର ସମ୍ମୁଖୀନ ହେଉଛି । ଏହି ସଙ୍କଟ ଯୋଗୁଁ, ଇଣ୍ଡିଗୋ ଗତ ୫ ଦିନରେ ହଜାର ହଜାର ଉଡ଼ାଣ ବାତିଲ କରିଛି । ଏହା ବ୍ୟତୀତ, ଇଣ୍ଡିଗୋର ଅଗଣିତ ଉଡ଼ାଣ ବିଳମ୍ବରେ ଉଡ଼ାଣ କରୁଛି ।
ଇଣ୍ଡିଗୋ କମ୍ପାନୀକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । 24 ଘଣ୍ଟା ମଧ୍ୟରେ ଜବାବ ନରଖିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
Powered by Froala Editor