ଫିଫା ଶାନ୍ତି ପୁରସ୍କାର ପାଇଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ ଫିଫା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଖୋଲାଖୋଲି ପ୍ରଚାର କରିଥିବାରୁ ଟ୍ରମ୍ପଙ୍କୁ ନୂତନ ଭାବରେ ଗଢା ହୋଇଥିବା ଫିଫା ପୁରସ୍କାର ଜିତିବା ପାଇଁ ଚୟନ କରାଯାଇଥିଲା । ଫିଫା ଦେଇଥିବା ସୂଚନା ଅନୁସାରେ ଗାଜାରେ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ପ୍ରୟାସ ପାଇଁ ସେ ନୋବେଲ ପାଇବା ଉଚିତ ।
ଟ୍ରମ୍ପଙ୍କୁ ପୁରସ୍କାର ପ୍ରଦାନ କରି ଫିଫା ସଭାପତି ଇନଫାଣ୍ଟିନୋ କହିଥିଲେ ଯେ , ତୁମ ପାଇଁ ଏହା ଏକ ସୁନ୍ଦର ପଦକ ଯାହାକୁ ତୁମେ ଯେଉଁଠାକୁ ଯିବ ପିନ୍ଧି ପିନ୍ଧି ଯାଇ ପାରିବ । ପଦକ ସହ ଟ୍ରମ୍ପଙ୍କ ନାମ ଥିବା ଏକ ସୁନା ଟ୍ରଫି ମଧ୍ୟ ପ୍ରଦାନ କରାଯାଇଥିଲା । ଟ୍ରଫି ପ୍ରଦାନ ପରେ ଏହା ହେଉଛି ତୁମର ଶାନ୍ତି ପୁରସ୍କାର ବୋଲି କହିଥିଲେ ଫିଫା ସଭାପତି ।
Powered by Froala Editor